

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସର୍ବଭାରତୀୟ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ୫୧ତମ ଜନ୍ମଦିନ ଅବସରରେ ଆଜି ନଗର କଂଗ୍ରେସ ପକ୍ଷରୁ ଏମକେସିଜି ମେଡ଼ିକାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । କରୋନା ଯୋଗୁଁ ଚଳିତ ବର୍ଷ ଶ୍ରୀ ଗାନ୍ଧୀ ନିଜ ଜନ୍ମଦିନ ପାଳନ କରିବେ ନାହି ବୋଲି ନିଷ୍ପତି ନେଇଛନ୍ତି । ତେଣୁ ରାଷ୍ଟ୍ରୀୟ ସ୍ତରର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ କୌଣସି ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ନ କରି କଂଗ୍ରେସ ପାର୍ଟିର ପ୍ରଥା ଅନୁଯାୟୀ ଜନତାଙ୍କ ସେବା କରାଯିବ ଏବଂ ସମ୍ପ୍ରତି କୋଭିଡ୍-୧୯ ମହାମାରୀ ଯୋଗୁଁ ଅସୁବିଧାରେ ପଡ଼ିଥିବା ଜନତାଙ୍କୁ ସାହାଯ୍ୟ ଓ ସମର୍ଥନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ତେବେ ଆଜି ନଗର କଂଗ୍ରେସପକ୍ଷରୁ ଏମକେସିଜି ମେଡ଼ିକାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ କ୍ଷୀର, ବିସ୍କୁଟ, ପାଉଁରୁଟି, ମାସ୍କ ଆଦି ବଣ୍ଟନ କରାଯାଇଥିଲା । ଓଡିଶା କୃଷକ କଂଗ୍ରେସ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ପୃଷ୍ଟ ପୋଷକତରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସ. ଦଣ୍ଡପାଣି ପାତ୍ର, ବିକାଶ ନାୟକ, ସୁଜିତ କୁମାର ଦାସ, ପଦ୍ମ ଚରଣ ସାହୁ, ବସନ୍ତ ପଟ୍ଟନାୟକ, ଦତ୍ତାତ୍ରେୟ ବେହେରା, ଭୂଷି ବାବୁ, ମହେଶ୍ୱର ପାତ୍ର, ଏସ. ସୁଜାତାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି କୋଭିଡ କଟକଣା ମାନି ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ ।
