ରାୟଗଡ଼ା (ସମୃଦ୍ଧ ଓଡିଶା) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଦଶମ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ରାୟଗଡ଼ା ଜିଲ୍ଲାରେ ସର୍ବମୋଟ ଛାତ୍ରଛାତ୍ରୀଙ୍କ ପାସହାର ୬୯.୬୦ ପ୍ରତିଶତ ରହିଛି । ଚଳିତ ଥର ମୋଟ ୭୦୫୭ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଛାତ୍ରୀଙ୍କ ପାସହାର ଜିଲ୍ଲାରେ ସର୍ବାଧିକ ରହିଛି । ୩୬୨୩ଜଣ ଛାତ୍ରୀ ବୋର୍ଡ ପରୀକ୍ଷାରେ ଉତ୍ତର୍ଣ୍ଣ ହୋଇଥିବାବେଳେ ଛାତ୍ରଙ୍କ ସଂଖ୍ୟା ୩୪୩୪ ରହିଛି । କାଶୀପୁର ଏସଏସଭିଏମ ଛାତ୍ର ସତ୍ୟବ୍ରତ ନାୟକ ଜିଲ୍ଲାରେ ସର୍ବଧିକ ୫୭୭ ମାର୍କ ରଖି ୯୬.୨ପ୍ରତିଶତ ହାସଲ କରି ସର୍ବପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅନୁରୂପ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଡିବିପି ବିଦ୍ୟାଳୟ ଗୁମୁଡାର ଛାତ୍ର ପଦ୍ମଲୋଚନ ମିଶ୍ର । ସେ ସର୍ବମୋଟ ୫୬୮ମାର୍କ ରଖି ମୋଟ ୯୪.୩ ପ୍ରତିଶତ ହାସଲ କରି ଜିଲ୍ଲା ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେହିପିର ୟୁଏଚଏସ ବିଦ୍ୟାଳୟ ଡେରିଗାଁ ବିଦ୍ୟାର୍ଥୀ ଗୁଡାଲା ସାଇଶ୍ରୀ ସୁବୁଦ୍ଧି ୫୪୭ମାର୍କ ରଖି ୯୧.୨ ପ୍ରତିଶତ ହାସଲ କରି ଜିଲ୍ଲାରେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ଅନୁରୂପ ଅନ୍ୟ ଦୁଇ ଜଣ ଶିକ୍ଷାର୍ଥୀ ମୋନାଲିଶା ସାହୁ, ସୋନୁଶେଖର ପ୍ରୃଷ୍ଟି ଯଥାକ୍ରମେ ୯୦.୬ ଓ ୯୦ ପ୍ରତିଶତ ମାର୍କ ରଖି ଉଭୟ ଚତୃର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି । ଚଳିତ ଥ ରାୟଗଡ଼ାରେ ମୋଟ ୧୦୧୩୯ଜଣ ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ । ତେବେ ଏଥିମଧ୍ୟରୁ ୯୦ପ୍ରତିଶତରୁ ଉର୍ଦ୍ଧ୍ୱ ଏ୧ ଶ୍ରେଣୀରେ ପାଞ୍ଚଜଣ ଶିକ୍ଷାର୍ଥୀ ପାସ କରିଥିବାବେଳେ ଏ୨ ଶ୍ରେଣୀରେ ୬୫ଜଣ, ବି ଶ୍ରେଣୀରେ୧୩୮ଜଣ, ବି୨ରେ ୨୫୧ଜଣ, ସି ଶ୍ରେଣୀରେ ୪୮୩ଜଣ, ଡି ଶ୍ରେଣୀରେ ୧୨୫୯ଜଣ ଓ ଇ ଶ୍ରେଣୀରେ ସର୍ବାଧିକ ୪୮୫୬ଜଣ ଛାତ୍ଛାତ୍ରୀ ଉର୍ତ୍ତିର୍ଣ୍ଣ ହୋଇଛନ୍ତି । ଉପରୋକ୍ତ ମୋଟ ପରୀକ୍ଷା ଦେଇଥିବା ଛାତ୍ଛାତ୍ରୀମାନଙ୍କ ମଧ୍ୟରୁ ଚଳିତ ଥ ୩୦୬୦ଜଣ ଶିକ୍ଷାର୍ଥୀ ବୋର୍ଡ ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇନାହାନ୍ତି । ଅନ୍ୟପକ୍ଷେ ଜିଲ୍ଲାରେ ଏକ୍ସ ରେଗୁଲାର ପାସହାର ୫୧.୩୫ ରହିଛି । ମୋଟ ୬୭୯ଜଣ ଛାତ୍ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୩୪୮ଜଣ ଶିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯେଉଁଥିରେ ଛାତ୍ରୀଙ୍କ ସଂଖ୍ୟା ୧୮୭ହୋଇଥିବାବେଳେ ୧୬୧ଛାତ୍ର ଅଛନ୍ତି । ତେବେ ୩୨୫ଜଣ ଛାତ୍ଛାତ୍ରୀ ପରୀକ୍ଷାରେ ଅସଫଳ ହୋଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ