

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ାରେ ପୋଲିସର ଏନକାଉଣ୍ଟର । ଟାଉନ୍ ଥାନା ପୋଲିସ ପକ୍ଷରୁ ଏନକାଉଣ୍ଟର ହୋଇଥିବା ବେଳେ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧି ଏଚ. ଶିବା ଆହତ ହୋଇଛି । ଶିବାର ବାମ ଗୋଡରେ ଗୁଳି ଲାଗିଥିବା ଜଣାପଡିଛି । ଅନ୍ୟପଟେ ଗୁଳି ବିନିମୟରେ ଜଣେ ଏସ ଆଇ ରିଗାନ କିଣ୍ଡୋଙ୍କ ହାତରେ ଗୁଳି ଲାଗିଛି । ପୋଲିସର ସୂଚନା ଅନୁଯାୟୀ ଶିବା ନାଁରେ ୫୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ଗତକାଲି ମଧ୍ୟରାତ୍ରିରେ ସାଙ୍କେସ ମନ୍ଦିର ନିକଟରେ ପୋଲିସ ଚଢ଼ାଉ କରିଥିଲା । ପ୍ରଥମେ ଅପରାଧି ଶିବା ପୋଲିସ ଉପରକୁ ଗୁଳି ଚଲାଇବା ପରେ ପୋଲିସ ପାଲଟା ଗୁଳି ଚଲାଇ ଥିଲା । ଗୁରୁତର ଅବସ୍ଥାରେ ଶିବାକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ୧୯ ତାରିଖ ଦିନ ସୋନପୁର ଜିଲ୍ଲାର ବିଭୁତୀ ପୂଜାରୀକୁ ଟ୍ରେନରେ ଯାତ୍ରା କରୁଥିବା ବେଳେ ଶିବା ସହ ଗ୍ୟାଙ୍ଗର ୧୦ ଜଣ ଅପହରଣ କରିନେବା ସହ ମୁକ୍ତି ପାଇଁ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲା । ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ୬ ଜଣକୁ ଗିରଫ୍ କରିଥିବା ବେଳେ ଶିବା ଫେରାର୍ ହୋଇଯାଇଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
