

ରାୟଗଡ଼ା (ସମୃଦ୍ଧ ଓଡିଶା) ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏସଟି(ST), ଏସସି (SC), ଓବିସି (OBC) ଓ ମାଇନାରୀଟି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଆଜି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଏଏ (CAA), ଏନଆରସି (NRC)କୁ ପ୍ରତ୍ୟାହାର ଦାବିରେ ରାୟଗଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ସହରରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । ସେହିପରି ବିଭିନ୍ନ ସଂଘଟନ ପକ୍ଷରୁ ସ୍ଥାନୀୟ କପିଳାସ ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରି ଓ କୁସପୁତଳିକା ଦାହ କରି ବିକ୍ଷବ କରିବା ସହ ପିକେଟିଂ କରି ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ କରିଥିଲେ । ଯାହାରି ଫଳରେ ରାୟଗଡା ସହରରେ ଚକଅଖ ସମ୍ପୂର୍ଣ ବନ୍ଦ ରହିଛି । ସଂଖ୍ୟାଲଘୁ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି ଯେ ସମସ୍ତ ମୌଳିକ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରାଯାଉଛି, ଏହାରି ପଛରେ ଭାରତରେ ରହିଥିବା କେତେକ ମୌଲାବାଦୀ ସଂଗଠନ ଯଥା-ଆରଏସଏସ (RSS), ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ମାଧ୍ୟମରେ ୮୫% ମୂଳ ଭାରତୀୟ ଜନସମୁଦାୟକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ମାଧ୍ୟମରେ ସମସ୍ତ ସାମ୍ବିଧାନିକ ମୌଳିକ ଅଧିକାରରୁ ବଞ୍ଚିତ କରିବା ପାଇଁ ହୀନ ପ୍ରୟାସ କରାଯାଉଥିବା ଅଭିଯୋଗ କରିଛନ୍ତି । ଦଳିତ ସମାଜ, ଆମ୍ବେଦକର ପାର୍ଟି, ବିଏସ୍ପି, ଆଦିବାସୀ ମହାସଂଘ, ସୁନ୍ନି ମୁସଲିଂ ଜାମାତ୍ ଭଳି ବିଭିନ୍ନ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଜଦି ଆଗାମୀ ଦିନରେ ତାଙ୍କର ଦାବି ପୂରଣ ନ ହୁଏ ତେବେ ପରିସ୍ଥିତି ଭୟାବହ ହବ ବୋଲି ଚେତାବନୀ ଦେଇଛନ୍ତି । କୋୖଣସି ପ୍ରକାର ଅପ୍ରୀତିକ ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


