

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ସଡ଼କ ପରିବହନ ବିଭାଗ ଏକ କାଠ ବୋଝେଇ ଟ୍ରକରୁ ଏକ ଲକ୍ଷ ୧୦ହଜାର୮ଶହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ପୋଡ଼ଶୀ ଆନ୍ଧ୍ର ପ୍ରଦେଶର ଵିଜୟନଗରମ୍ ରୁ ରାୟଗଡ଼ା ଜେକେପୁରର କାଗଜକଳକୁ କାଠ ନେଇ ଆସୁଥିବା ସମୟରେ ଆର୍ ଟି ଓ ରାୟଗଡ଼ା ହାତରେ ଧରାପଢ଼ିଛି । ଟ୍ରକ ନମ୍ବର AP31 TW 3249ର ରୋଡ଼ ପରମିଟ୍ ନଥିବା ଏବଂ ଓଡ଼ିଶା ଟେକ୍ସ ଦେଇନଥିବା ଅଭିଯୋଗରେ ଏହି ଜୋରିମାନା ଆଦାୟ କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ