ରାୟଗଡ଼ା ଇ ମାର୍ଟ ପକ୍ଷରୁ ନାଟ୍ୟଭେଦ ପୁରସ୍କାର ବିତରଣ ଉତ୍ସବ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାରେ କଳାର ଗୁରୁତ୍ୱ ବହୁ ପୁରାତନ ଯୁଗରୁ ରହି ଆସିଛି । ଏବେ ଦିନକୁ ଦିନ କଳା ପ୍ରତି କଳାକାର ମାନଙ୍କ ଉତ୍ସାହ କମି କମି ଆସୁଥିବା ବେଳେ ରାୟଗଡା ଜିଲ୍ଲାର କୁନି କୁନି କଳାକାରଙ୍କ ପ୍ରତିଭା ଲୋକ ଲୋଚନକୁ ଆଣିବା ପାଇଁ ଏକ ସ୍ୱେଚ୍ଛା ସେବୀ ସଂଗଠନ ଇ ମାର୍ଟ ଗତ ଦୁଇ ବର୍ଷ ଧରି ଲୁଚି ରହିଥିବା କଳାକାରଙ୍କ ଖୋଜି ବାହାର କରି ସେମାନଙ୍କ ଇଚ୍ଛା ମୁତାବକ ନୃତ୍ୟର ତାଲିମ ପ୍ରଦାନ କରି ଆଜି ଲୁଚି ରହିଥିବା କଳାକୁ ଜିଲ୍ଲାବାସୀଙ୍କ ସମ୍ମୁଖରେ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ରାୟଗଡ଼ା ଜିଲ୍ଲାର ପ୍ରତିଭା କଳା ପ୍ରେମିଙ୍କ ଭିତରେ ଥିବା ନୃତ୍ୟ ଓ କଳା ର ତାଳ ଧୂନ ର ଏକ ପ୍ରତିଯୋଗିତା କରିଥିଲେ । ସେହି ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଭଲ ନୃତ୍ୟ ଓ କଳା ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ରାୟଗଡା ସହର ସ୍ଥିତ ବଂଶୀକ୍ରିଷ୍ଣା ହୋଟେଲର ଫଙ୍କସନ ହଲରେ ନାଟ୍ୟଭେଦ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମ, ଡ଼. ନରେନ୍ଦ୍ର କୁମାର, ଜେ କେ କାଗଜ କଳର ଲୋକ ସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ, ଉତ୍କଳ ଆଲୁମିନା ର ମୁଖ୍ୟ ଲୋପାମୁଦ୍ରା ପ୍ରିୟଦର୍ଶନୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ହାସ୍ୟ କଳାକାର ପ୍ରଭାକର ମିଶ୍ର ଓ ରାୟଗଡ଼ା ଜିଲ୍ଲାର ଅନେକ କଳା ପ୍ରେମି ଓ ବରିଷ୍ଠ ସାମ୍ବାଦିକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୩୨ ବିଜେତା କଳାକାର ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଏହି ଇ ମାର୍ଟ ର ମୂଳ ଉଦେଶ୍ୟ ହେଉଛି ଲୁଚି ରହିଥିବା କଳାକାରଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଓ ଆଗକୁ ଆଗକୁ ଆହୁରି ଅନେକ ନୂଆ କଳାକାର ଏହି ରାୟଗଡା ମାଟିରେ ଜନ୍ମ ନେବେ ଓ ସାରା ରାଜ୍ୟ, ଦେଶ ଓ ବିଦେଶରେ ରାୟଗଡା ମାଟି ର ନା ରଖିପାରିବେ ବୋଲି ଏହି ଇ ମାର୍ଟ ର ପରିଚାଳନା କମିଟିର ସଭ୍ୟ ସସ୍ମିତା ପଣ୍ଡା, ସୁଧାକର ସାହୁ, ଡ଼ଃ ନବକିଶୋର ମିଶ୍ର, କ୍ଷଣପ୍ରଭା ପରିଡା ପ୍ରମୁଖ ପ୍ରକାଶ କରିଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ