


ରାୟଗଡ଼ା(ସମୃଦ୍ଧ ଓଡିଶା )ରାୟଗଡା ଜିଲ୍ଲା ଯୋଗାଣ ଅଧିକାରୀ ତଥା ଜିଲ୍ଲା ପରିଚାଳକ ପୁରୁଷୋତ୍ତମ ଲେଙ୍କା ସରକାରୀ ସେବାରୁ ଅବସର ନେଇଛନ୍ତି । ପୂର୍ବରୁ ଦେଓଗଡ଼ରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଗତ ୨୦୧୭ ମସିହା ଡ଼ିସେମ୍ବର ମାସରେ ରାୟଗଡ଼ା କାର୍ଯ୍ୟଳୟକୁ ବଦଳି ହୋଇ ଆସି ଥିଲେ । ରାୟଗଡ଼ା ସ୍ଥିତ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା ଯୋଗାଣ ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଗତ ଦୁଇ ବର୍ଷ ନିଜ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଥିବା ହେତୁ ସମସ୍ତଙ୍କ ପ୍ରସଂଶାର ପାତ୍ର ହୋଇ ଥିବା ସହ ସମସ୍ତ କର୍ମଚାରୀ ମାନେ ପୁରୁଷୋତ୍ତମ ଲେଙ୍କା ଙ୍କୁ ସମ୍ବର୍ଦ୍ଧତ କରିଥିଲେ । ତେବେ ନୂତନ ଯୋଗାଣ ଅଧିକାରୀ ନିଯୁକ୍ତ ହେବାଯାଏ ଗୁଣୁପୁର ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ