ରାୟଗଡାରେ ଅବାଧ ନିର୍ବାଚନ ପାଇଁ ସୀମା ସୁରକ୍ଷା ବଳ ପକ୍ଷରୁ ଫ୍ଲାଗ ମାର୍ଚ୍ଚ …

ରାୟଗଡା(ସମୃଦ୍ଧ ଓଡିଶା)ପାଖେଇ ଆସୁଛି ନିର୍ବାଚନ କଡା କଡି ହେବାରେ ଲାଗିଛି ଆଇନ ସୁରକ୍ଷା ବ୍ୟବସ୍ଥା । ଅବାଧ ନିର୍ବାଚନ କରିବାକୁ ବିଭିନ୍ନ ତରିକା ଆପଣେଇଛି ଜିଲ୍ଲା ପୁଲିସ ପ୍ରଶାସନ । ରାୟଗଡା ଜିଲାରେ ସୁରୁଖୁରୁରେ ନିର୍ବାଚନ ଆୟୋଜିତ କରିବାକୁ ଯାଇ ସୀମା ସୁରକ୍ଷା ବଳ ପକ୍ଷରୁ ଫ୍ଲାଗ ମାର୍ଚ୍ଚର ଆୟୋଜନ କରାଯାଇଛି । ସ୍ଥାନୀୟ ଜିସିଡି ହାଇ ସ୍କୁଲ ପଡିଆଠାରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ଉପଜିଲାପାଳଙ୍କ କାର୍ଯ୍ୟଳୟ ହୋଇ ସିଆରପିଏଫ ମୁଖ୍ୟାଳୟରେ ପହଞ୍ଚିଥିଲା । ଏହି ଅବସରରେ ଏସଡିପିଓ ତପନ ନାରାୟଣ ରଥ, ଟାଉନ ଥାନା ଆଇଆଇସି ନିହାର ରଞ୍ଜନ ପ୍ରଧାନଙ୍କ ସମେତ ସୀମା ସୁରକ୍ଷା ବଳର ଦୁଇ ପ୍ଲାଟୁନ ଫୋର୍ସ ଏହି ପ୍ଲାଗ ମାର୍ଚ୍ଚାରେ ଯୋଗଦେଇଥିଲେ । ରାୟଗଡା ସମେତ ଚାନ୍ଦିଲି, କୁମ୍ଭିକୋଟା, କାଶୀପୁର, ସେସଖାଲଠାରେ ମଧ୍ୟ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ପ୍ରକାଶ କରିଛନ୍ତି ରାୟଗଡା ଏସଡିପିଓ ତପନ ନାରାୟଣ ରଥ ।

ରିପୋର୍ଟ – ତୁଷାର ରଞ୍ଜନ ସାହୁ (ରାୟଗଡ଼ା)