ରାୟଗଡାରେ ଏକ ବନ୍ଦ ଦୋକାନ ଉପରେ ଗୁଳି ମାଡ଼:ଲୋକେ ଆତଙ୍କିତ…

ରାୟଗଡା (ସମୃଦ୍ଧ ଓଡିଶା ) ରାୟଗଡ଼ା ସହର ସ୍ଥିତ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ରେକମେଣ୍ଡେ ଡ୍ରେସ ଦୋକାନ ଉପରକୁ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ଦୋକାନର ମାଲିକ ମୋହିତ ଆସରାନୀ ଦୋକାନ ବନ୍ଦ କରି ଘରକୁ ଯିବା ପରେ କୌଣସି ଅଜଣା ଦୁର୍ବୃତ୍ତ ତାଙ୍କ ଦୋକାନର ସଟର୍ ଉପରକୁ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଚାଲିଯାଇଥିଲା । ସକାଳ ୧୦ ଘଣ୍ଟା ସମୟରେ ଦୋକାନ ମାଲିକ ଦୋକାନ ଖୋଲିବା ସମୟରେ ଦୋକାନର ସଟରରେ ଦୁଇଟି କଣା ଥିବା ଦେଖିବାକୁ ପାଇଥିଲେ ଓ ଖୋଲିଲା ପରେ ଦୋକାନରେ ଲାଗିଥିବା କାଚ କବାଟ ମଧ୍ୟ କଣା ହେବା ସହ ଦୁଇଟି ଗୁଳି ଖୋକା ତଳେ ପଡିଥିବା ଦେଖିଥିଲେ । ଏହା ପରେ ଦୋକାନ ମାଲିକ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ରାୟଗଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହି ବିଷୟରେ ରାୟଗଡ଼ା ଥାନ ଆଇ ଆଇ ସି ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ରାତିରେ କେହି ଦୁର୍ବୃତ୍ତ ରିଭଲବରରୁ ଫାୟାରିଂ କରିଛି ବର୍ତ୍ତମାନ ସୁଧା କାହାରିକୁ ଗିରଫ କରାଯାଇନାହିଁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ଏପରି ଘଟଣା ଯୋଗୁ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ