

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ପଞ୍ଚାୟତ ସମିତି ପରିସରରେ ନିର୍ମାଣ ଶ୍ରମିକଙ୍କୁ ନେଇ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଲାଲବିହାରୀ ହିମିରିକା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସେ ସୂଚନା ଦେବା ସହ ଶ୍ରମ କାର୍ଯ୍ୟକ୍ରମରେ ନିଜ ନାମ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଥିଲେ । ପ୍ରତିବର୍ଷ ଏହାର ନବୀକରଣ କଲେ ସରକାରଙ୍କ ପରିବର୍ତ୍ତିତ ଯୋଜନାର ସୁଫଳ ପାଇ ପାରିବେ ବୋଲି ହିମିରିକା କହିଥିଲେ । ଏହି ଅବସରରେ ୨୧୧ ଜଣଙ୍କୁ ୧୩ ଲକ୍ଷ ୩୭ ହଜାର ଟଙ୍କା ଶିକ୍ଷା ସହାୟତା ବୃତ୍ତି ପ୍ରଦାନ କରାଯାଇଥିଲା । ମୋଟ ୩୨ଜଣଙ୍କୁ ୮ଲକ୍ଷ ଟଙ୍କାର ବିବାହ ସହାୟତା, ୩୮ଜଣ ମହିଳାଙ୍କୁ ପ୍ରସତିକାଳିନ ସହାୟତା, ୪୧ଜଣଙ୍କୁ ୩୪ ଲକ୍ଷ ୫ହଜାର ଟଙ୍କାର ମୃତ୍ୟୁକାଳିନ ସହାୟତା, ୩୨୨ଜଣ ଶ୍ରମିକଙ୍କୁ ୬୮ଲକ୍ଷ ୨୨ହଜାର ଟଙ୍କାର ସହାୟତା ପ୍ରଦାନ କରଯାଇଥିଲା । ୧୦୭ ଜଣ ଶ୍ରମିକ ନୂତନ ଭାବେ ନାମ ପଞ୍ଚିକୃତ କରିଥିବା ବେଳେ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଶିବିରରେ ରାୟଗଡା ଅତିରିକ୍ତ ଜିଲାପାଳ ସୁଧାକର ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହଚରଣ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ପି.ରାମଲୁୁ, ଉପାଧ୍ୟକ୍ଷା ମିନତୀ ବାଚେଲି, ଜିଲା ପରିଷଦ ସଭ୍ୟ ପି.ଗୌରୀଶଙ୍କର, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ, ତହସିଲଦାର ଉମାଶଙ୍କର ବେହେରା ପ୍ରମଖ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

