ରାୟଗଡାରେ ପ୍ରତିଷ୍ଠା ହେବ ଏଲପିଜି ବଟଲିଙ୍ଗ ପ୍ଲାଣ୍ଟ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାୟଗଡାରେ ପ୍ରତିଷ୍ଠା ହେବ ଏଲପିଜି ବଟଲିଙ୍ଗ ପ୍ଲାଣ୍ଟ । ଯାହାକୁ ନିର୍ମାଣ କରିବାକୁ ଯାଉଛି ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ । ଆସନ୍ତା ୧୯ ତାରିଖରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହାର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କର୍ପୋରେସନର ଡେପୁଟି ଜେନରାଲ ମ୍ୟାନେଜର ଧର୍ମେନ୍ଦ୍ର ବେହୁରା । ମିଳିଥିବା ସୂଚନା ମୁତାବକ, ପ୍ରାୟ ୯୧ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ଲାଣ୍ଟରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଫିଲିଙ୍ଗ କରିବାର କ୍ଷମତା ରହିବ । ଯାହାକି ଆସନ୍ତା ୨୦୨୦ ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରହିଥିବା ନେଇ କହିଛନ୍ତି ଡେପୁଟି ଜେନେରାଲ ମ୍ୟାନେଜର । ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବା ଫଳରେ ପାଖାପାଖି ୧୧ଟି ଜିଲ୍ଲାର ଚାହିଦା ପୂରଣ କରାଯାଇ ପାରିବ । ତେବେ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ଝିନ୍ନ ହିକକା ଓ ରାୟଗଡା ବିଧାୟକ ଲାଲ ବିହାରୀ ହିମିରିକା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ବେହୁରା ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ