ରାୟଗଡାରେ ବନ୍ଦ ଦୋକାନ ଉପରେ ଗୁଳି ମାଡ଼ ଘଟଣାରେ ଜଣେ ଗିରଫ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହର ସ୍ଥିତ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବା ରେକମେଣ୍ଡେ ଡ୍ରେସ ଦୋକାନ ଉପରକୁ ଗୁଳି ମାଡ଼ ଘଟଣାରେ ପୁଲିସକୁ ସଫଳତା ମିଳିଛି । ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଦୋକାନ ମାଲିକଙ୍କ ଜଣେ ସମ୍ପର୍କୀୟ ମହିଳା ସହ ଅଭିଯୁକ୍ତ ସୋସିଏଲମିଡିଆରେ ସମ୍ପର୍କ ରଖିବା, ମହିଳା ଜଣକ ସମ୍ପର୍କ ଛିନ୍ନ କରିବା ପରେ ମଧ୍ୟ ପୁଣିଥରେ ସମ୍ପର୍କ ରଖିବା ପାଇଁ ମହିଳାଙ୍କୁ ବାଧ୍ୟ କରାଇବା, ଏଥିରେ ଦୋକାନ ମାଲିକ ମୋହିତ ହସ୍ତକ୍ଷେପ କରି ଅଭିଯୁକ୍ତକୁ ସମ୍ପର୍କ ନ ରଖିବାକୁ ତାଗିଦ୍‍ କରିବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଅଭିଯୁକ୍ତ ପାଖରୁ ପାଞ୍ଚଟି ଜୀବନ୍ତ ଗୁଳି ସହ ଫୁଟା ଗୁଳି ଦୁଇଟି, ଗୋଟିଏ ଦେଶୀ ବନ୍ଧୁକ, ସର୍ଟର ତାଡିବା ଲୁହା ଛଡ଼ ଦୁଇଟି ପୋଲିସ ଜବତ କରିଛି ବୋଲି ରାୟଗଡା ଥାନାରେ ଏସପି ରାହୁଲ ପିଆର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ