ରାୟଗଡାରେ ମାତିଛନ୍ତି ଚେନ ସ୍ନେଚର:ବୁଦ୍ଧାଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଆଖି ପିଛୁଳାକେ ବାଇକ୍‍ରେ ଆସି ଲୁଟି ନେଉଛନ୍ତି ଦାମୀ ସୁନା ଚେନ । ଏପରି ଏକ ଘଟଣା ସହରସ୍ଥ ବ୍ୟଙ୍କ କଲୋନୀ ତୃତୀୟ ଗଳିରେ ଦେଖିବାକୁ ମିଳିଛି । ସ୍ଥାନୀୟ ସହରବାସୀନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଜଣେ ବୃଦ୍ଧାଙ୍କଠୁ ଲୁଟିଆ ପାଞ୍ଚ ତୁଳା ଓଜନର ସୁନା ଚେନ ଝାମ୍ପି ଚମ୍ପଟ ମାରିଛନ୍ତି । ଘଟଣା ଅନୁଯାୟୀ, ଗୁରୁବାର ସକାଳ ବ୍ୟାଙ୍କ କଲୋନୀ ଦ୍ୱିତୀୟ ଗଳିରେ ରହୁଥିବା ଜି. ମାଙ୍ଗେୟମା, ବୃଦ୍ଧା କ୍ଷୀରଦେଇ ଫେରୁଥିବା ସମୟରେ ବୃଦ୍ଧ ଜଣକ ଏକୁଟିଥିବା ସୁଯୋଗ ପାଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନାଚେନ୍‍ ଝାମ୍ପି ନେଇ ଫେରାର୍‍ ହୋଇଯାଇଥିଲେ । ଘଟଣା ପରେ ପରିବାର ଲୋକେ ଟାଉନ ଥାନାରେ ଚୋରି ସମ୍ପର୍କିତ ଏକ ଲିଖିତ ଆଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଳଇଥିବା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ପୁଲିସ ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅନୁସନ୍ଧାନ ଚଳାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ପାର୍ବଣ ଋତୁର ସୁଯୋଗ ନେଇ ଦୁର୍ବୃତ୍ତ ଅପରାଧ କରିବାର ନୂତନ କୌଶଳ ଅପଣାଇ ଥିବା ବେଳେ ପୁଲିସ ପକ୍ଷରୁ ସହରରେ ପାଟ୍ରୋଲିଂ ଜୋରଦାର କରାଯିବାକୁ ସହରବାସୀ ଦାବି କରିଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ