ରାୟଗଡାରେ ଶହୀଦ ସ୍ମୃତି ଦିବଶ ପାଳିତ…

ରାୟଗଡ଼ା(ତୁଷାର ରଞ୍ଜନ ସାହୁ )ରାୟଗଡାରେ ଆଜି ପାଳିତ ହୋଇଛି ଶହୀଦ ସ୍ମୃତି ଦିବଶ । ଆଜିର ଦିନରେ ସହିଦ ମାନଙ୍କୁ ମନେ ପକାଇ ଜେକେପୁର ଠାରେ ଥିବା ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଛି ୫୯ତମ ଶହୀଦ ସ୍ମୃତି ଦିବଶ । ଏହି ଶହୀଦ ସ୍ମୃତି ଦିବସରେ ରାୟଗଡା ଏସପି ରାହୁଲ ପିଆର ଅଭିବାଦନ ଗ୍ରହଣ କରିବା ସହ କାର୍ଯ୍ୟବେଳେ ଶହୀଦ ହୋଇଥିବା ପୋଲିସ ମାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାପାଳ ଗୁହାପୁନମ ତାପସ କୁମାର, ଜେକେ କାଗଜକଳର ମୁଖ୍ୟ ପବନ କୁମାର ସୁରି, ପୋଲିସ ଏସ୍ଡ଼ିପିଓ  ରାଜ କିଶୋର ଦାସଙ୍କ ସମେତ ପୋଲିସ ଅଧିକାରୀମାନେ  ଉପସ୍ଥିତ ରହି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।