ରାୟଗଡାରେ ୬୮ତମ ଜିଲା ପରିଷଦ ବୈଠକ ଅନୁଷ୍ଠିତ…ଏବେ ଯାଏଁ କେହି ରିଲିଫ ପାଇ ନ ଥିବା ଅଭିଯୋଗ ..

ରାୟଗଡା,(ତୁଷାର ରଞ୍ଜନ ସାହୁ ): ରାୟଗଡା ସହରସ୍ଥିତ ଡିଆରଡିଏ ବୈଠକ ଭବନରେ ଆଜି ୬୮ତମ ଜିଲା ପରିଷଦ ବୈଠକ ଅନୁଷ୍ଠିତ  ହୋଇଯାଇଛି । ଏହି ବୈଠକର ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗ ସଭାପତିତ୍ୱ କରିଥିବା ବେଳେ ଜିଲାପାଳ ପୁନମ ଗୁହା ତାପଶ କୁମାରଙ୍କ  ସହିତ ନୁତନ ଭାବେ ଦାୟିତ୍ୱ ନେଇଥିବା ପିଡି ଡିଆରଡିଏ ଅମୃତ ରୁତୁରାଜ,ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲାଲା ବିହାରି ହିମିରିକା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଆଦି  ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆଜିର ବୈଠକରେ ରାୟଗଡା ଜିଲାରେ ଗତ ତିତିଲି ପ୍ରଭାବ ଅଂଚଳରେ ହୋଇଥିବା କ୍ଷତିଗ୍ରସ୍ତ ବିଷୟରେ ଆଲୋଚନା ହେବା ସହିତ ଆଜି ସୁଦ୍ଧା କ୍ଷତିଗ୍ରସ୍ତ ପରିବାରଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇନାହି ବୋଲି ସଭ୍ୟମାନେ ଅଭିଯୋଗ କରିଥିଲେ ଓ କାଶିପୁରୁ, କଲ୍ୟାଣସିଂହପୁର ସହିତ ଅନ୍ୟାନ୍ୟ ବ୍ଲକରେ ରାସ୍ତାଘାଟ ନିମ୍ନମାନର ହୋଇଥିବାରୁ ଜନସଧାରଣ ନାହି ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସଭ୍ୟ ମାନେ ଅଭିଯୋଗ କରିଥିଲେ । କେତୋଟି ଗ୍ରାମରେ ସୋଲାର ସିଷ୍ଟମ ସ୍ଥାପନ  ଓ ପାନ୍ୟ ଜଳ ସମସ୍ୟାର କିପରି ତୁରନ୍ତ ସମାଧାନ କରାଯାଇପାରିବ ଏପରି ବିଭିନ୍ନ ବିଷୟରେ ନେଇ ଆଜି ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ରାୟଗଡା ଜିଲାର ସମସ୍ତ ଜିଲା ପରିଷଦ ସଭ୍ୟ ସହ ସରକାରୀ ଅଧିକାରୀମାନେ ଯୋଗଦେଇ  ଥିଲେ ।