ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଆରପି ଓ ଆରପିଏଫଙ୍କ ଦ୍ଵାରା ପେଟ୍ରୋଲିଂ ଚାଲୁଥିବା ସମୟରେ ଏକ କଳା ବ୍ୟାଗ ଧରି ବସିଥିବା ଜଣେ ଯୁବକଙ୍କୁ ସନ୍ଦେହ କରି ବ୍ୟାଗ ଯାଂଚ କରିବା ବେଳେ ସେଥିରୁ ଗଂଜେଇ ବାହାରିଥିଲା । ପରେ ତାକୁ ଆରପିଏଫ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରିବା ପରେ ଗଂଜେଇ ଖୋର୍ଦ୍ଧାକୁ ଚୋରା ଚାଲାଣ ହେଉଥିବା ଜଣା ପଡିଥିବା ବେଳେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗରୁ ୭କେଜି ୫ଶହ ଗ୍ରାମ ଗଂଜେଇ ବାହାର କରାଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ୫୦,୦୦୦ଟଙ୍କା ହେବ ବୋଲି ଜଣା ପଡିଛି । ଅଟକ ଯୁବକର ନାମ ଯୀଶୁକୃଷ୍ଣ ପରିଡା । ଏନେଇ କେସ ନମ୍ବର ୫/୨୦୧୯ରେ ମାମଲା ରୁଜୁ କରାଯାଇ ଧାରା ୨୦(ବି)(॥)ବି-ଏନଡିପିଏସ ଏକ୍ଟ ଅନୁଯାୟୀ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପିଏସ ଡିଏସପି କୈଳାସଚନ୍ଦ୍ର ବୁର୍ଦା ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ