

ରାୟଗଡା (ସମୃଦ୍ଧ ଓଡିଶା) ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ନିକଟତର ହେବା ପାଇଁ ଆଜି ବିଭିନ୍ନ ଥାନାର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଭିଡିଓ କନଫରେନ୍ସ୍ ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାୟଗଡା ପରି ଆଦିବାସୀ ଅଧୂଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର କିପରି କାର୍ଯ୍ୟକାରୀ ହେବ ତାକୁ ନେଇ ପୁଲିସ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଥିଲେ । ଅନ୍ୟପଟେ ଥାନାକୁ ସହାୟତା ପାଇଁ ସାଧାରଣ ଲୋକ ଆସିଲେ କିପରି ବ୍ୟବହାର କରାଯିବ ଏବଂ ସେମାନଙ୍କ ସମସ୍ୟାକୁ କିପରି ସମାଧାନ କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । ଏହି ଭିଡିଓକନଫରେନ୍ସ ରେ ରାୟଗଡା ଏସପି ଶର୍ବଣା ବିବେକ୍.ଏମ୍ ଓ ଅତିରିକ୍ତ ଏସପିଙ୍କ ସମେତ ସମସ୍ତ ଥାନାର ଥାନା ଅଧିକାରୀ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ