ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହରରେ ଦିନକୁ ଦିନ ଚୋରୀ, ଡକାୟତି, ହତ୍ୟା ଘଟଣା ଦିନକୁ ଦିନ ବଡୁଥିବା ଯୋଗୁଁ ଆଜିଠାରୁ ରାୟଗଡା ପୋଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରିବା ନିମନ୍ତେ ୩ଟି ପେଟ୍ରୋଲିଂ ବାଇକର ଉନ୍ମୋଚନ କରିଛନ୍ତି ଏସପି ଶ୍ରବଣ ବିବେକ.ଏମ । ସେହିପରି ଜନସାଧାରଣଙ୍କ ସୁବିଧା ପାଇଁ ହେଲପଲାଇନ ନମ୍ବର ମଧ୍ୟ ଜାରୀ କରିଛନ୍ତି ୯୩୪୮୨୪୬୪୬୦ ଏହି ନମ୍ବରରେ ଯୋଗାଯୋଗ କରିଲେ ପୋଲିସ ଠାରୁ ସମସ୍ତ ପ୍ରକାର ସାହାଯ୍ୟ ସଙ୍ଗେ ସଙ୍ଗେ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ପୋଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି । ଏହି ବାଇକ ମାଧ୍ୟମରେ ସହରର ୨୪ ଘଣ୍ଟା ପେଟ୍ରୋଲିଂ କରାଯିବ ସହରକୁ ଅପରାଧ, ଚୋରୀ, ଡକାୟତି, ହତ୍ୟାକୁ ରୋକିବା ନେଇ ପୋଲିସର ଏକ ବଡ ପଦକ୍ଷେପ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ