

ରାୟଗଡା,(ସମୃଦ୍ଧ ଓଡିଶା )ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୋମବାର ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ରାଜ୍ୟରେ ଅପ୍ରେଲ ୧୧ ଓ ୧୮ ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ୯ଟି ଲୋକସଭା ଏବଂ ୫୪ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରର୍ଥୀଙ୍କ ତାଲିକା ଘୋଷଣା ହୋଇଛି । ରାୟଗଡା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟକ ଲାଲବିହାରୀ ହିମିରିକାଙ୍କ ଉପରେ ଦଳ ପୁନଃ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟରେ ନିର୍ବାଚନ ଲଢିବା ପାଇଁ ଦଳ ମୁଖିଆ ମୋହର ଲଗାଇଛନ୍ତି । କୋରାପୁଟ ଲୋକସଭା ପାଇଁ ଓଡିଶାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାକୁ ଯାଇ ସାଂସଦ ଝିନ୍ନ ହିକକାଙ୍କ ସ୍ତ୍ରୀ କୌଶଲ୍ୟା ହିକକାଙ୍କୁ ଟେକେଟ ପ୍ରଦାନ କରିଛନ୍ତି । କୌଶଲ୍ୟା ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଟିକେଟ ପାଇବା ପରେ କର୍ମୀ ମହଲରେ ଖୁସି ଲହରୀ ଖେଳିଯାଇଛି ।
ରିପୋର୍ଟ :