ରାୟଗଡା ରେଳବାଇ ଷ୍ଟେସନର ସମୀକ୍ଷା କଲେ ଦୁଇ ବରିଷ୍ଠ ଆଧିକାରୀ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଷ୍ଟେସନ୍ କୁ ଡିଭିଜନର ମାନ୍ୟତା ମିଳିବା ପରେ ରେଳବାଇ କର୍ତ୍ତୃପକ୍ଷ ବେଶ୍ ତତ୍ପର ହୋଇଉଠିଛି । ଷ୍ଟେସନ୍ ପରିସରରେ ଥିବା ସମସ୍ତ ଉଠା ଦୋକାନୀକୁ ଉଚ୍ଚେଦ କରାଯାଇଛି । ତେବେ ଆଜି ସ୍ଥିତିର ଅନୁଧ୍ୟାନ କରିବା ପାଇଁ ପୂର୍ବତଟ ରେଳବାଇ ଜିଏମ୍ ବିଦ୍ୟା ଭୂଷଣ ଓ ୱାଲଟିୟର୍ ଡିଭିଜନ୍ ଡିଆରଏମ୍ ଚେତନ କୁମାର ଶ୍ରୀବାସ୍ତବ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଦୁଇ ଜଣ ବରିଷ୍ଠ ଆଧିକାରୀ ଆଜି ସକାଳୁ ଷ୍ଟେସନରେ ପହଞ୍ଚି ଷ୍ଟେସନ୍ ପରିସରକୁ ବୁଲି ଦେଖିବା ସହ କେଉଁ ସ୍ଥାନରେ ଡିଆରଏମ୍ କାର୍ଯ୍ୟାଳୟ ହେବ ଓ ଅନ୍ୟନ୍ୟ ବିଭାଗ ପାଇଁ କଣ ରୂପରେଖ ରହିବ ତାକୁ ନେଇ ସମୀକ୍ଷା କରିଛନ୍ତି । ଦୀର୍ଘ ୩ ଘଣ୍ଟା ଧରି ଏହି ଦୁଇ ବରିଷ୍ଠ ଅଧିକାରୀ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଆଲୋଚନ କରିଛନ୍ତି । ତେବେ ଆସନ୍ତା ମାସେ ବା ଦୁଇ ମାସ ମଧ୍ୟରେ ବିଭିନ୍ନ କୋଠା ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିଆ ଆରମ୍ଭ ହେବ ବୋଲି ଜିଏମ୍ କହିବା ସହ ଡିଭିଜନ୍ ହେଲେ ରାୟଗଡା ଜିଲ୍ଲାର ଅର୍ଥନୀତିକ ଓ ସମାଜିକ ବିକାଶ ହୋଇପାରିବ ବୋଲି କହିଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ