
ରାୟଗଡା(ସମୃଦ୍ଧ ଓଡିଶା)ରାୟଗଡା ରେଳ ଷ୍ଟେସନରୁ ୧୯ କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ଗଞ୍ଜେଇ ଚାଲାଣକାରୀ ପ୍ରଶାନ୍ତ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ରେଳବାଇ ସୁରକ୍ଷା ବଳ କର୍ମଚାରୀ ଏବଂ ଜିଆରପି ପୁଲିସ ଷ୍ଟେସନରେ ବୁଲୁଥିବା ବେଳେ ଦ୍ବିତୀୟ ଶ୍ରେଣୀର ଅପେକ୍ଷା କକ୍ଷରେ ଦୁଇଟି ବ୍ୟାଗ ପଡିଥିବା ଦେଖିବାକୁ ପାଇଥିଲେ। ବ୍ୟାଗରୁ ଗଞ୍ଜେଇର ଗନ୍ଧ ବାହାରୁଥିବା ବେଳେ ନିକଟରେ ଅଭିଯୁକ୍ତ ପ୍ରଶାନ୍ତ ବସିଥିଲେ। ପୁଲିସ ପ୍ରଶାନ୍ତଙ୍କୁ ପଚରାଉଚରା କରିଥିଲେ। ଦୁଇଜଣ ବ୍ୟକ୍ତି ଗତକାଲି ରାତିରେ କୋରାପୁଟରୁ ଆସି ଏହି ୨ବ୍ୟାଗ ଦେଇ ଚାଲିଯାଇଥିବା ପ୍ରଶାନ୍ତ ସ୍ବୀକାର କରିଥିବା ଡେପୁଟି ସୁପରିଟେଣ୍ଡେଣ୍ଟ ଏଚ.କେ ବୁରୁଦା କହିଛନ୍ତି। ପ୍ରଶାନ୍ତଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ହୋଇଥିବା ବେଳେ ସୁରଟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ସେ କହିଛନ୍ତି।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

