

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ମହାତ୍ମାଗାନ୍ଧୀଙ୍କର ୭୧ତମ ସହିଦ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ନିମଂତ୍ରିତ ଅତିଥି ଭାବେ ଗୌରାଙ୍ଗ ଚରଣ ରାଉତ, ଜୟରାମ ଜେନା, ରାଜକିଶୋର ପଣ୍ଡା ଯୋଗ ଦେଇଥିଲେ । ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଜର ସ୍ୱାଗତ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ସେ ନିଜର ଅଭିଭାଷଣରେ ଗାନ୍ଧୀଜୀଙ୍କ ଜୀବନୀ ବିଷୟରେ ଆଲୋକପାତ କରି ନିଜର ଜୀବନ ଶୈଳୀକୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ । ଗୌରାଙ୍ଗ ଚରଣ ରାଉତ ଜଣେ ଗାନ୍ଧୀବାଦୀ ଅତି ପ୍ରାଞ୍ଜଳ ଭାବରେ ଗାନ୍ଧୀଜୀଙ୍କର ଜୀବନ ଉପରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନେ ମଧ୍ୟ ଗାନ୍ଧୀଜୀଙ୍କର ଜୀବନ ଉପରେ ନିଜର ମତ ଉପସ୍ଥାପନ କରିଥିଲେ । ଅନେକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ ମଣ୍ଡିତ କରିଥିଲେ । କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଇଂରାଜୀ ଅଧ୍ୟାପକ ଉଦୟ ନାଏକ, ଏମ. ଶ୍ରୀନିବାସ ଆଚରି ଓ ରସାୟନ ବିଜ୍ଞାନ ଅଧ୍ୟାପକ ଡକ୍ଟର ପ୍ରଦୀପ ସାମନ୍ତରାୟଙ୍କ ସମିତ ଅନ୍ୟ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

