

ରାୟଗଡା (ସମୃଦ୍ଧ ଓଡିଶା) ଓଡିଶାର ପ୍ରସିଦ୍ଧ ମାସିକ ସମ୍ଭ୍ରାନ୍ତ ପତ୍ରୀକା ‘କାଦମ୍ବିନୀ’ର ସ୍ୱତନ୍ତ୍ର ସଂଖ୍ୟା ବୁଧବାର ରାୟଗଡ଼ା ସ୍ଥିତ ତେଜସ୍ୱୀ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ରାୟଗଡ଼ାର ଇତହାସି, କଳା, ଆଦିବାସୀ ସଂସ୍କୃତି ଓ ପରମ୍ପରା ଏଥିରେ ସ୍ଥାନ ପାଇଛି । ରାୟଗଡ଼ାର ଇତହାସି, ପର୍ବପର୍ବାଣି, ଖାଦ୍ୟ ସଂସ୍କୃତି, ପର୍ଯ୍ୟଟନ, ରାଜନୀତି, ସାହିତ୍ୟ ଓ ସାହିତ୍ୟିକଙ୍କୁ ନେଇ ଏଥିରେ ବିଭିନ୍ନ ପ୍ରକାର ଫିଚର ରହିଛି । ଏହାସହ ପିଲାଙ୍କ ପାଇଁ ‘କୁନିକଥା’ ପତ୍ରିକା ମଧ୍ୟ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ‘କାଦମ୍ବିନୀ’ର ସମ୍ପାଦିକା ଡ଼ଃ.ଇତି ସାମନ୍ତ, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରମୁଖ ମଂଚାସୀନ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ