


ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଓଜେୟୁ ଅର୍ଥାତ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସଭାପତି ବିନୋଦ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକଙ୍କ ନୈତିକତା ଓ ଜାତୀୟତା ବିଷୟରେ ପ୍ରକାଶ କରିବା ସହ ଦୃଢ଼ତାର ସହ ସମାଜରେ କାର୍ଯ୍ୟ କରି ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ସଂଘର ଉପଦେଷ୍ଟା ଏନ.ଏନ ପାଢି ସାମ୍ବାଦିକ ଦେଶର ଜାଗ୍ରତ ପ୍ରହରି ବୋଲି ପ୍ରକାଶ କରିଥିଲେ । ସଭାପତି ସୁବ୍ରତ କୁମାର ଚୌଧୁରୀ ସଭାପତିତ୍ୱ କରିଥିବାବେଳେ ସୁରେଶ ଚନ୍ଦ୍ର ପାଢ଼ି ପରିଚାଳନା କରିଥିଲେ । ସାମ୍ବାଦିକ ଅମୂଲ୍ୟ ରତ୍ନ ସାହୁ ଓ ରଞ୍ଜନ ରଥ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଏହି ଅବସରରେ ସଂଗ୍ରାମ ପଟ୍ଟନାୟକ, ନଳୀନି ପାଢି, ସ୍ମୃତି ରଞ୍ଜନ ମହାନ୍ତି, ସିଏଟ ନାଗାରାଜୁ, ସିଏଟ ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

