ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିବର୍ଷ ପରି ଚଳିତ ବର୍ଷ ସରକାର ଚାଷୀଙ୍କ ଠାରୁ ଧାନ କିଣିବା ଲାଗି ସେବାସମବାୟ ସମିତି ଜରିଆରେ ପ୍ରୟାସ ଜାରି ରଖିଥିବା ବେଳେ ଆଜି ରାୟାଁରାମଚନ୍ଦ୍ରପୁର ସେବା ସମବାୟ ସମିତିରେ ଧାନ କିଣି ଆରମ୍ଭ ହୋଇଛି । ପୂର୍ବାହ୍ନରେ ଜଳେଶ୍ୱର ବ୍ଲକ ରାୟାଁରାମଚନ୍ଦ୍ରପୁର ପଂଚାୟତର କୁଞ୍ଜବାଡି ହାଟପଡିଆଠାରେ ଆର୍ଏମ୍ସିର ସଂପାଦକ ବଳରାମ ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମିତିର ସଂପାଦକ ନାରାୟଣ ଚନ୍ଦ୍ର ଜେନା, ସହସଂପାଦକ ଶୁଭାଶିଷ ପାଳ, ପୂର୍ବତନ ସଭାପତି ବିଶ୍ୱନାଥ ଦାସମହାପାତ୍ର, ସମାଜସେବୀ ପ୍ରବୀର ଦାସ, ଗିରିଜା ଶଂକର ପ୍ରଧାନ, ବିବେକାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲା ବେଳେ ପ୍ରଥମ ଦିନରେ ୨୦୩ କ୍ୟୁଣ୍ଟାନ ଧାନ କ୍ରୟ କରାଯାଇଥିଲା ।