ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରା.ରା.ପୁର ଗ୍ରାମ ପଞ୍ଚାୟତରେ ଆଜି ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବିଡ଼ିଓ ନିତ୍ୟାନନ୍ଦ ସାହୁ, ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧକ୍ଷ ବ୍ରଜମୋହନ ପ୍ରଧାନ, ସରପଞ୍ଚ ଶୁଭସ୍ମିତା ଦାସ, ସମିତି ସଭ୍ୟା ସଞ୍ଜିତା ସେନାପତି, ଅନ୍ୟତମ ଅତିଥି ଭାବେ ସମାଜସେବୀ ବିଶ୍ଵନାଥ ଦାସ ମହାପାତ୍ର, ରାଧାଶ୍ୟାମ ନାଥ, ବିଭୁଭୂଷଣ କାନନଗୋ, ସୁରେନ୍ଦ୍ର ନାଥ ପାଳ, ଆଇସିଡିଏସ ପରିଦର୍ଶିକା ଚଞ୍ଚଳା ବାରିକ, ସ୍ନେହଳତା ଦାସ, ପାର୍ବତୀ ଟୁଡୁ, ବରିଷ୍ଠ ଅଙ୍ଗନବାଡ଼ି କର୍ମୀ ସବିତା ପରିଡ଼ା ପ୍ରମୁଖ ମଞ୍ଚାସିନ ଓ ସଭା ପରିଚାଳନା ମଧୁ ସୁଦନ ସେନାପତି କରିଥିବା ବେଳେ ସପନ କୁମାର ଦାସ ଛୋଟ ଛୋଟ ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ସରକାରଙ୍କ ବିଭିନ୍ନ ପ୍ରକାର ଜନ ହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ କହିଥିଲେ । ଆଇସିଡିଏସ ମହିଳା ପରିଦର୍ଶିକା ସ୍ନେହଳତା ଦାସ ସରକାର ମହିଳା ଗୋଷ୍ଠୀମାନଙ୍କ ପାଇଁ ସିଡ ମନୀ ୧୫ ହଜାର ଟଙ୍କା ଓ ମୋବାଇଲ ବାବଦରେ ୩ ହଜାର ଟଙ୍କା ଦେଉଛନ୍ତି ବୋଲି କହିଥିଲେ । ବିଡ଼ିଓ ଓ ଉପାଧକ୍ଷ ବୁଲି ବୁଲି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ମିଠା ଖାଇଥଲେ ଓ ଉପାଧକ୍ଷ ବ୍ରଜମୋହନ ପ୍ରଧାନ ପ୍ରତ୍ୟେକ ମହିଳା ଗୋଷ୍ଠୀକୁ ଶହେ ଟଙ୍କା ଓ ସମିତି ସଭ୍ୟା ସଞ୍ଜିତା ସେନାପତି ଶହେ ଟଙ୍କା କରି ଏବଂ ସମାଜ ସେବୀ ପ୍ରବୀର କୁମାର ଦାସ ପ୍ରତ୍ୟେକ ଗୋଷ୍ଠୀକୁ ୫ ଶହ ଟଙ୍କା କରି ସହାୟତା ଯୋଗାଇ ଦେଇ ଥିଲେ । ଖାଦ୍ୟ ପରିବେଷଣ ଓ ଅତିଥି ସେବାରେ ସହଯୋଗ କରିଥିଲେ ଦେବବ୍ରତ ନନ୍ଦ, ଆଇନଜୀବି ବିନୋଦ ଵିହାରି ଗିରି, ବଙ୍କିମ ବାରିକ, ବରେନ୍ଦ୍ର ଦାସ, ମନୋରଞ୍ଜନ ଦଳାଇ ଓ ବିଜୁ ଯୁବ ବାହିନୀ ସଦସ୍ୟ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ସହାୟିକା, ଓଡିଶା ଜବିକା ମିଶନ, ମିଶନ ଶକ୍ତି, ଆଶାକର୍ମୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା