ରିଜିଓନାଲ କମ୍ପ୍ରିହେନ୍ସିଭ ଇକନମିକାଲ ପାର୍ଟନାରସିପ ବିରୋଧରେ ଓଡିଶା କୃଷକ ସଭାର ପ୍ରତିବାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ପରିସ୍ଥିତିରେ ନାମମାତ୍ର ଚାଷୀ, କ୍ଷୁଦ୍ରଚାଷୀ କିମ୍ବା ମଧ୍ୟମ ଚାଷୀ ଆଜିର ଦିନରେ ଘୋର ସଂକଟ ମଧ୍ୟରେ ଗତି କରୁଛି । ଉତ୍ପାଦିତ ଚାଷର ମୂଲ୍ୟ ଚାଷୀ ପାଉନଥିବା ବେଳେ ସାର ଓ କୀଟନାସକର ଦରବୃଦ୍ଧି ଘଟୁଥିବା ବେଳେ ସରକାରୀ ରିହାତି କମିକମି ଯାଉଛି । ଫଳରେ ଦେଶ ତମାମ ଚାଷୀ ଆତ୍ମହତ୍ୟା ଓ ଦୁର୍ଗତି ବଢି ଚାଲିଛି । ଏ ପରିପ୍ରେକ୍ଷିରେ କେନ୍ଦ୍ର ସରକାର ରିଜିଓନାଲ କମ୍ପ୍ରିହେନ୍ସିଭ ଇକୋନମିକାଲ କାର୍ଟନାରସିପ୍ (ଆର୍ସିଇପି) ଆଣିବାକୁ ଯାଉଛନ୍ତି । ନିଉଜଲାଣ୍ଡ, ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଦେଶମାନଙ୍କୁ ସିଧାସଳଖ ଆମଦାନି ଶୁଳ୍କ ଉଠାଇ ଦେଇ ଦେଶର ବ୍ୟବହାୟ କରିବାର ସୁଯୋଗ ଦେଉଛନ୍ତି । ବିଦେଶୀ ପୁଞ୍ଜିପତିକୁ ଆମ ଦେଶକୁ ଲୁଟ କରିବାର ରାସ୍ତା ଖୋଲି ଦିଆଯାଇଛି ବୋଲି ସିପିଏମ୍ ଦଳ ଅଭିଯୋଗ କରିଛି । ଦେଶର ୮୫ଭାଗ ଲୋକ ବିଭିନ୍ନ କୃଷି ଉପରେ ନିର୍ଭର କରୁଥିବାରୁ ସେମାନେ କ୍ଷତିଗ୍ରସ୍ତ ହେବେ । କେନ୍ଦ୍ର ସରକାରଙ୍କ ଏକରି ଚାଷୀ ମାରଣ ନୀତି ବିରୋଧରେ ସିପିଏମ୍ ପ୍ରତିବାଦର ଅୱାଜ ଉଠାଇଛି । ଫଳରେ ଓଡିଶା କୃଷକ ସଭା ବିରୋଧ କରୁଥିବା ବେଳେ ଗତକାଲି ସଂଧ୍ୟାରେ ଜଳେଶ୍ୱର ଷ୍ଟେସନ ଛକଠାରେ ଜଳେଶ୍ୱର ଶାଖର ଉପସଭାପତି ଦିଲ୍ଲିପ ଗିରିଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲା ସଂପାଦକ ସୀତାଂଶୁ ସେନାପତି, ବ୍ଲକ ସଂପାଦକ ରବିନ୍ଦ୍ର ବାରିକ, ବ୍ଲକ ସଭାପତି ଗଣେଶ ଭୂୟାଁ, ଦିପ୍ତିମାନ ଆଚାର୍ଯ୍ୟ, ଜୀବନ ପରିଡା, ସେକ୍ଜମିରୁଦ୍ଦିନ, ସରପଂଚ ଦିଲ୍ଲିପ ପରିଡା, ଆଇନ୍ଜିବୀ ଜିତାଂଶୁ ନନ୍ଦି, ଯତିନ୍ ଜେନା, ବସନ୍ତ ପ୍ରଧାନ ଓ ଗଣେଶ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା