
ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ଜନତାପାର୍ଟି ଜଳେଶ୍ୱର ପକ୍ଷରୁ ଗତ ୧୬ ତାରିଖ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତ୍ୟେକ ହିତାଧିକାରୀଙ୍କ ପ୍ରାପ୍ୟରୁ ୧ କି.ଗ୍ରା ଚାଉଳ କମ୍ ଦିଆଯିବା, ପ୍ରତି ୧ କି.ଗ୍ରା ଗହମରେ ୨୦୦ ଗ୍ରାମ କମ୍ ବଣ୍ଟନ କରାଯିବା, ସରକାରୀ କିରୋସିନୀ ବଣ୍ଟନରେ କମ୍ ପ୍ରାପ୍ୟ ମିଳୁଥିବା, ବ୍ଳକ କାର୍ଯ୍ୟାଳୟରେ ରିିଟେଲର ଯାଇ ଅଫିସ୍ କାର୍ଯ୍ୟ ତୁୁଲାଇବା ଏବଂ ବେସରକାରୀ ସ୍ଥାନରେ ରିଟେଲରମାନେ ସମସ୍ତ କାର୍ଯ୍ୟ କରୁଥିବା ଇତ୍ୟାଦି କେତେକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଏ ସମ୍ପର୍କରେ ରିଟେଲର ସଂଘର ଜଳେଶ୍ୱର ଶାଖା ପକ୍ଷରୁ ଖଣ୍ଡନ କରାଯିବା ସହ ଏ ସବୁ ତଦନ୍ତ ପରିସରଭୁକ୍ତ କରାଯିବାକୁୁ କହିଛନ୍ତି । ଅନ୍ୟପକ୍ଷରେ ଲକ୍ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଜୀବନକୁ ବାଜି ଲଗାଇ ଖାଉଟିଙ୍କ ସେବା କରିଛନ୍ତି । ଏଥିପ୍ରତି ସରକାର ଧ୍ୟାନ ନେଇନଥିଲେ ମଧ୍ୟ ରିଟେଲରମାନେ ସେମାନଙ୍କ କାର୍ଯ୍ୟାରେ ଅବହେଳା କରିନଥିବା ସଂଘ ପକ୍ଷରୁ ରଂଜନ କୁମାର ପାତ୍ର, ନକୁଳ ସାହୁ, ଉମେଶ ସାହୁ, ଲକ୍ଷ୍ମୀନାରାୟଣ ଚ।।ନ୍ଦ, ପ୍ରତାପଚନ୍ଦ୍ର ବେହେରା, ସୁୁଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିିଳନୀରେ କହିଛନ୍ତି ।
ରିପୋର୍ଟ : ଭୂପତି ପରିଡା