ରିଭର ଅଫ ଲାଇଫ ମିନିଷ୍ଟ୍ରି ଇଣ୍ଡିଆ ପକ୍ଷରୁ ଗାଁ ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ…

ରାୟଗଡ଼ା (ସମୃଦ୍ଧ ଓଡିଶା) କରୋନା ମହାମାରୀ ବ୍ୟାପୁଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ଗାଁ ଗାଁରେ ଲୋକଙ୍କୁ ସହାୟତାର ହାତ ବଢେଇଛି ଏକ ଘରୋଇ ପ୍ରତିଷ୍ଠିତ ସଂସ୍ଥା । ରାୟଗଡ଼ା ଯେମଦେଇପେଣ୍ଠ ଗ୍ରାମପଞ୍ଚାୟତର ମହାଦେବକାକିଲି ଗ୍ରାମରେ ରିଭର ଅଫ ଲାଇଫ ମିନିଷ୍ଟ୍ରି ଇଣ୍ଡିଆ ସଂସ୍ଥା ପକ୍ଷରୁ ଉକ୍ତ ଗ୍ରାମର ପ୍ରାୟ ୭୦ ପରିବାରଙ୍କୁ ରାସନ ଓ ନିତ୍ୟ ଆବଶ୍ୟକ ସାମଗ୍ରୀ ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରିଭର ଅଫ ଲାଇଫ ମିନିଷ୍ଟ୍ରି ଇଣ୍ଡିଆ ସଂସ୍ଥାର ନିର୍ଦେଶକ ଆର୍ ପଲ ମାହାନନ୍ଦିଆ, ଜୀବନ ଜୋତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଅଞ୍ଜୁ ତିର୍କୀଙ୍କ ସମେତ ଯେମଦେଇପେଣ୍ଠ ସରପଞ୍ଚ ନଗେଶ ହରକା, ଚାମେଶ ପୁଆଲା, ଗଣ୍ଡାଗୁଡା ୱାର୍ଡ ମେମ୍ବର ସୁରେଶ ବିଡ଼ିକା, ସ୍ଥାନୀୟ ଠିକାଦାର ବସନ୍ତ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କରୋନା ମହାମାରୀ ଠାରୁ କିପରି ନିଜକୁ ସୁରକ୍ଷିତ ରଖିବା ଓ ନିଜ ପରିବେଶକୁ ଏବଂ ନିଜକୁ ସଫା ସୁତୁରା ରଖିବା ସହ ବାରମ୍ବାର ସେନିଟାଇଜର୍ ବା ସାବୁନ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା, ଅତି ଅବଶକ୍ୟ ଥିଲେ ହିଁ ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବା । ଏଭଳି କିଛି ସଚେତନତାର ବାର୍ତ୍ତା ଗ୍ରାମାଞ୍ଚଳରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବା ରିଭର ଅଫ ଲାଇଫ ମିନିଷ୍ଟ୍ରି ଇଣ୍ଡିଆ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ମାହାନନ୍ଦିଆ ସୂଚନା ଦେଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ