ଭୁବନେଶ୍ଵର(ସମୃଦ୍ଧଓଡିଶା) ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଅପ୍ରେଲ 2023ରୁ ତୋଷାଳି ଭବନଠାରେ କରାଯ୍ଯ କରିଆସୁଅଛି l ଏହି ରୁଟରେ କୌଣସି ସାର୍ବଜନୀନ ବାହନର ଚଳାଚଳ ନଥିବାରୁ କାର୍ଯ୍ୟାଳୟକୁ ଆସୁଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଏହାକୁ ’ଦୃଷ୍ଟିରେ ରଖି ଭିନ୍ନକ୍ଷମ ଆୟୋଗ କ୍ରୁଟ୍, ଭୁବନେଶ୍ଵରର ପରିଚାଳନ ନିର୍ଦ୍ଦେଶକ ଓ ସାଧାରଣ ସଂପାକଙ୍କୁ ପତ୍ର ଲେଖି ତୋଷାଳି ଭବନ ଦେଇ ‘ମୋ ବସ୍’ ଚଳାଚଳ ପାଇଁ ଅନୁରୋଧ କରିଥିଲେ l ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅସୁବିଧା ପ୍ରତି ଦୃଷ୍ଟି ଦେଇ କ୍ରୁଟ୍ର ସଂପାଦକ ଏହି ରୁଟରେ ‘ମୋ ବସ୍’ ଚଳାଚଳ ପାଇଁ ସମ୍ମତି ପ୍ରଦାନ କରିଛନ୍ତି l ଏଣିକି ଏହି ବାଟ ଦେଇ (ରୁଟ୍-31) ‘ମୋ ବସ୍’ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ରୁ ବାହାରି ପ୍ରତିଦିନ ସକାଳ 6ଟା 30 ମିନିଟ୍ରୁ ସଂଧ୍ୟା 3ଟା 55 ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ଅଧ ଘଣ୍ଟାଏ ଅନ୍ତରରେ ବାହାରି 23ଟି ସ୍ଥାନରେ ରହି ହାଇଟେକ୍ ହସ୍ପିଟାଲ୍ ପର୍ଯ୍ୟନ୍ତ ଗମନାଗମନ କରୁଛି l ଏହି ବସ ସେବା ଉପଲବ୍ଧ ହେବା ଦ୍ୱାରା ତୋଷାଳି ଭବନରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଆସୁଥିବା ଅଭିଯୋଗକାରୀ, କର୍ମଚାରୀ ଓ ଜନସାଧାରଣ ଉପକୃତ ହେବେ l ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଏହି ବସସେବା ପାଇଁ କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ସାଧୁବା’ ଜଣାଇଛନ୍ତି l
ରିପୋର୍ଟ : ରଜତ ମହାପାତ୍ର ଓ ପ୍ରମୋଦିନୀ ଟେଟେ, ସୂଚନା ଅଧିକାରୀ