


ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଜି ଘୋଡ଼ାପଦା ବଇଁଚl ଠାରେ ରୂପାୟନ ତରଫରୁ ବୃଦ୍ଧ ବୃଦ୍ଧl ମାନଙ୍କୁ କମ୍ବଳ ବଣ୍ଟନ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରା ଯାଇଥିଲା l ନିସ୍ଵାର୍ଥପର ଭାବେ ଏ ସଂଗଠନ ତାର ପୂର୍ବ ଯୋଜନା ମୁତାବକ ଅସହାୟ ଲୋକଙ୍କ ପାଖରେ ଛିଡା ହୋଇଥାନ୍ତି l ସରକାରଙ୍କ ଯୋଜନା କାହା ପାଖରେ ପଂହଁଚିପାରିନି କିମ୍ବା କାହାର ସ୍ୱାସ୍ଥ୍ୟଗତ ସମସ୍ୟା, ଟ୍ରାଇ ସାଇକେଲ ର ବ୍ୟବସ୍ଥା ମାନ ସୁଚାରୁରୂପେ ଲୋକମାନଙ୍କ ପାଖରେ ପହଁଚିପରିବାର ବ୍ୟବସ୍ଥା ମଧ୍ୟ୍ୟ କରିଥାନ୍ତି l ଏଥିରେ ରୂପାୟନର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ, ସଭାପତି ତାପସ ସାହୁ, ଦୀପ୍ତି ମହାପାତ୍ର, ଦିପେନ୍ଦ୍ର ଶତପଥି, ଗୌତମୀ ଦାସ, ବରିଷ୍ଠ ରୋଟାରୀଆନ ପ୍ରଭାତ ଜେନା, ରୋଟାରୀଆନ ଯଶୋଦା ନନ୍ଦନ ଆଶ, ପୁଷ୍ପାଞ୍ଜଳି ଭୋଇ, ଶୁଭଲକ୍ଷ୍ମୀ ଦାସ, ସାଗର ଦାସ, ସୁଦର୍ଶନ ବିଶ୍ୱାଳ, ସନ୍ତୋଷ ଦାସ, ବେବିରାଣୀ ଦାସ, ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ l ଶେଷରେ ଜୋଷ୍ଣା ମଲ୍ଲିକ ଧନ୍ୟବାଦ ଦେଇଥିଲେ l
ରିପୋର୍ଟ : ରଜତ ମହାପାତ୍ର