ରେଭେନ୍ସାଙ୍କ ସହ ଇଦଗl ପଡ଼ିଆ ଓ ଉତ୍କଳ ସମ୍ମିଳନୀ ମାନସ ମନ୍ଥନ ଜରୁରୀ- ସଭାପତି, ଥିଙ୍କର୍ସ କ୍ଳବ୍

କଟକ(ସମୃଦ୍ଧଓଡିଶା)ରେଭେନ୍ସା ଙ୍କ ବିଷୟରେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ଅନୁଯାୟୀ ତର୍କ ବିତର୍କ ଇତିହାସ ଲୋକଙ୍କ ଆଖି ଖୋଲିଦେଲା l ମାତ୍ର ତା ପରବର୍ତ୍ତୀ ଅଧ୍ୟାୟ ୧୯୦୩ ଓ ୦୪ ରେ କଟକ ଇଦଗl ପଡ଼ିଆ ରେ ମଧୁ ବାବୁ ଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇ ଦୀର୍ଘ ୩୬ ବର୍ଷ ଆନ୍ଦୋଳନ ଚାଲୁ ହେବା ଓ ସେଠାରେ ପଟ୍ଟା ମିଳିବା ପରେ ମଧ୍ୟ ସ୍ମୃତି ମଣ୍ଡପ ଟିଏ ନିର୍ମାଣ ପାଇଁ ସରକାର ଭୁଲିଯିବା ଆହୁରି ଗୁରୁତ୍ୱପୂର୍ଣ୍ଣ l ଏ ଦିଗରେ ବହୁ ଜାତି ପ୍ରେମୀ ଅନୁଷ୍ଠାନ ସରକାରଙ୍କୁ ସ୍ମାରକ ପତ୍ର ବହୁବାର ଦେବା ପରେ ମଧ୍ୟ କିଛି କାର୍ଯ୍ୟ ହୋଇପାରୁନି l ଥିଙ୍କର୍ସ କ୍ଳବ୍ ତରଫରୁ ଗତ ଅଗଷ୍ଟ ,୧୫ ଦିନ ଉପ ମୁଖ୍ୟମନ୍ତ୍ରୀଙ୍କୁ। କଟକ ସର୍କିଟ ହାଉସ ଠାରେ ସ୍ମାରକ ପତ୍ର ଦିଆଯାଇଛି l ଏ ଦିଗରେ ସଚେତନ ବୁଧିଜିବି ମାନେ ମାନସ ମନ୍ଥନ କଲେ ସରକାର କିଛି ପଦକ୍ଷେପ ନିଅନ୍ତେ I ୨୦୦୩ ମସିହାରେ ସେଠାରେ ସିଡିଏ ସ୍ମୃତି ସ୍ତମ୍ବ ଟିଏ ନିର୍ମାଣ କରି ଦାୟିତ୍ୱ ସlରିଦେଇଚି l ଏହାକୁ ଯେଉଁମାନେ ଓ ମନ୍ତ୍ରୀ ମାନେ ଦର୍ଶନ କରି ନାହାନ୍ତି ଦୟାକରି ଉତ୍କଳ ଗର୍ବ ଗୌରବ ସ୍ଥାନ ଟିକୁ ପରିଦର୍ଶନ କରି ନିଜକୁ ଧନ୍ୟ ମଣନ୍ତୂ l ଏହାପରେ ମାନସ ମନ୍ଥନ ହେଲେ ଆମ୍ଭେ ଅଧିକ ଉପକୃତ ହେବା l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ଆନ୍ଦୋଳନ ଯୋଗୁ ଭାଷା ଭିତ୍ତିରେ ଓଡ଼ିଶା ଦେଶରେ ପ୍ରଥମ ପ୍ରଦେଶ ର ମାନ୍ୟତା ପାଇଥିଲା l ମାତ୍ର ତାକୁ ଆମେ ଭୁଲି ଯାଇଛୁ l


ରିପୋର୍ଟ : ବରଦା ଦାସ, ସଭାପତି, ଥିଙ୍କର୍ସ କ୍ଳବ୍