ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଖଣିର କରାଳ ରୂପ ଯୋଗୁଁ କିଛିଦିନ ଟ୍ରେନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଦିନ ୩ଟା ନ ପୁରୁଣୁ ଗତ ରାତିରୁ ଅପ୍ଲାଇନ୍ରେ ଓଭରହେଡ୍ ଇକ୍ୟୁପ୍ମେଣ୍ଟ ର ଅସୁବିଧ଼ା ଯୋଗୁଁ ପ୍ରାୟ ୧୦ଘଣ୍ଟା ଧରି ରେଳ ଚଳାଚଳ ଠପ୍ ହୋଇଛି । ୫ଟି ପାସେଞ୍ଜର ଟ୍ରେନ ବାତିଲ ହୋଇଥିବା ବେଳେ ୧୪ଟି ଏକ୍ସପ୍ରେସ ଟ୍ରେନ ଯାତାୟାତରେ ଅହେତୁକ ବିଳମ୍ବ ଘଟିଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ୧୩ ତାରିଖ ରାତ୍ରି ୧ଟାରେ ଦକ୍ଷିଣପୂର୍ବ ରେଳପଥର ଖଡଗପୁର-ଭଦ୍ରକ ସେକ୍ସନର ବାଖ୍ରାବାଦ ଠାରେ ରେଳ ଲାଇନ୍ ତାର ପୋଡି ଯିବାରୁ ଟ୍ରେନ ଚଳାଚଳରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଆଜି ସକାଳ ୧୧.୦୫ ମି. ପର୍ଯ୍ୟନ୍ତ ଅପ୍ଲାଇନ୍ରେ କୌଣସି ରେଳ ଚଳାଚଳ କରିପାରିନଥିଲା । ଫଳରେ ଗତ ରାତିରେ ଯିବାକୁ ଥିବା ହରିଦ୍ୱାର-ପୁରୀ ଉତ୍କଳ ଏକ୍ସପ୍ରେସ ୧୨ଘଣ୍ଟା, ସାନ୍ତ୍ରାଗାଛି-ପୁରୀ ୮ଘଣ୍ଟା୧୫ମି., ଖୋର୍ଦ୍ଦରୋଡ-ଖଡଗପୁର ଫାଷ୍ଟ ପାସେଞ୍ଜର ୩ ଘଣ୍ଟା, ପୁରୀ-ହରିଦ୍ୱାର ଉତ୍କଳ ଏକ୍ସପ୍ରେସ ୧୭ ମିନିଟ୍, ପୁରୀ-ହାଓଡା ଶ୍ରୀଜଗନ୍ନାଥ ୪୧ମିନିଟ୍, ଆଜି ସକାଳେ ଅପ୍ ଧଉଳି ୪ଘଣ୍ଟା ୩୦ମି., ଆନନ୍ଦବିହାର -ପୁରୀ ନନ୍ଦନକାନ ସୁପରଫାଷ୍ଟ ୭ଘଣ୍ଟା, ଭଦ୍ରକ-ହାଓଡା ବାଘାଯତିନ ପାସେଞ୍ଜର ୪୦ମିନିଟ୍, ବାରିପଦା-ସାଲିମାର ଇଣ୍ଟରସିଟି ୧ଘଣ୍ଟା୨୫ମି., ଯାଜପୁର-ଖଡଗପୁର ଲୋକାଲ ୧ଘଣ୍ଟା୧୫ମି., ଡାଉନ୍ ଇଷ୍ଟକୋଷ୍ଟ ୧ଘଣ୍ଟା, ଅପ୍ ଇଷ୍ଟକୋଷ୍ଟ ୪୦ମି., ସାଲିମାର-ଚେନାଇ ସାପ୍ତାହିକ୨୦ମିନିଟ୍ ଓ ଆଜି ଡାଉନ୍ ଧଉଳି ଏକ୍ସପ୍ରେସ ୮ଘଣ୍ଟା ବିଳମ୍ବରେ ଚାଲିଥିବାରୁ ରେଳବାଇ ପକ୍ଷରୁ ଜଣାଯାଇଛି । ଗତରାତ୍ରିରେ ଯିବାକୁ ଥିବା ଫାଷ୍ଟ ପାସେଞ୍ଜର ଆଜି ସକାଳେ ଖଡଗପୁର-ପାସେଞ୍ଜର ଆଜି୧୦ଟାରେ ଯିବାକୁଥିବା ଖଡଗପୁର-ବାଲେଶ୍ୱର -ଖଡଗୁପର ଲୋକାଲ, ଭଦ୍ରକ-ଖଡଗପୁର ମେମୋ ଲୋକାଲକୁ ବାତିଲ କରାଯାଇଥିବା ରେଳବାଇ ସୂତ୍ରରୁ ପ୍ରକାଶ । କିନ୍ତୁ ଅଚାନକ ଟ୍ରେନଗୁଡିକ ବାତିଲ ହେବା ଓ ବିଳମ୍ବରେ ଚାଲିବାଯୋଗୁଁ ଗତ ରାତ୍ରିରୁ ଯାତ୍ରୀମାନେ ପିଲା, ଛୁଆ, ମହିଳାଙ୍କୁ ଧରି ବହୁ ଅସୁ ବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିନେଇ ଦକ୍ଷିଣପୂର୍ବ ରେଳପଥର ଖଡଗପୁର ଡିଭିଜନର ରେଳ ଅଧିକାରୀମାନଙ୍କ ଉଦାସୀନତା ଓ ଓଡିଆଙ୍କ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକେ କହିଛନ୍ତି । ଖଡଗପୁରରୁ ବାଲେଶ୍ୱର ତିନିଟିକିଆ ଲାଇନ୍ ନିର୍ମାଣରେ ବହୁ ବିଳମ୍ବ ଘଟୁଥିବାରୁ ଏବଂ ଖଡଗପୁରରୁ ଭଦ୍ରକ ଯାଏ ଖଡଗପୁର ରେଳ ଡିଭିଜନରେ ନ ରହି ପୂର୍ବତଟ ଡିଭିଜନରେ ରଖାଯିବାକୁ ଦାବୀ ହୋଇ ଆସୁଛି ।
ରିପୋର୍ଟ : ଭୂପତି କୁମାର ପରିଡା