ରେଳୱେ ସାଇଡ ରୋଡ଼ କଂକ୍ରିଟ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ୱାର୍ଡ ନଂ ୧୮ ସ୍ଥିତ ରାମେଶ୍ୱରପୁରର ସାହି ବାସିନ୍ଦା ରେଳୱେ ସାଇଡ ରୋଡ଼ କଂକ୍ରିଟ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ ଆଜକୁ ୬୦ ବର୍ଷ ହେଲା ରାମେଶ୍ୱରପୁର ତଳସାହି ଓ ଉପର ସାହିରେ ପାଖାପାଖି ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିଲେ ମଧ୍ୟ ଯାତାୟାତ ନିମନ୍ତେ କଂକ୍ରିଟ ରୋଡ଼ ଓ ଡ୍ରେନ ନଥିବାରୁ ରେଲୱେ ସାଇଡ ରୋଡ଼ଟି କାଦୁଅ ପଚପଚ ହେବା ଅବସ୍ଥାରେ ରହୁଛି । ଫଳରେ ସାହି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକ ଲୋକ ଉକ୍ତ ରୋଡ଼ରେ ପଡି ହାତ ଗୋଡ ମଧ୍ୟ ଭାଙ୍ଗି ଛନ୍ତି ଓ ଛୋଟ ବଡ ମଟର ସାଇକେଲ ଯାତାୟାତ ମଧ୍ୟ ହୋଇପାରୁ ନାହିଁ । ରୋଡଟି ମରଣଯନ୍ତାରେ ପରିଣତ ହୋଇଗଲାଣି । ଏ ସମ୍ପର୍କରେ ପୌରନିର୍ବାହି ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ କରୁନଥିବା ଅଭିଯୋଗ ମଧ୍ୟ କରିଛନ୍ତି । ତେଣୁ ଏହି ରୋଡ ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ତୁରନ୍ତ ନିର୍ମାଣ କରିବାକୁ ଦାବୀ କରାଯାଇଛି । ଯଦି ଦାବୀ ପୂରଣ ତୁରନ୍ତ କରାନଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସାହି ବାସିନ୍ଦା ।

ରିପୋର୍ଟ : ଶୁଭମ କୁମାର ପାଣି