ରେଳ ଧାରଣରେ ଚାଲି ଚାଲି ୧୪ ଶ୍ରମିକ କପିଳାସରୁ ବେଲଦା ଯାତ୍ରା : ପ୍ରଶାସନ ନେଲାନି କ୍ୱାରାଣ୍ଟାଇନ୍‌କୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଆତଙ୍କ ଏବଂ ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ କଳକାରଖାନା, କମ୍ପାନୀ ଇତ୍ୟାଦି ବନ୍ଦ ହୋଇ ଯାଇଥିବାରୁ ପ୍ରବାସୀମାନେ ଘର ବାହୁଡା ହେଉଛନ୍ତି । କିନ୍ତୁ ଗମନା ଗମନରେ ରୋକ ଲାଗିଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ଯାତାୟାତ ଅସମ୍ଭବ ହୋଇ ପଡିଛି । ତଥାପି ପାଖରେ ଅର୍ଥ ନ ଥିବା ଏବଂ ଖାଦ୍ୟ ମିଳୁ ନ ଥିବାରୁ ଶ୍ରମିକମାନେ ଭୋକିଲା ପେଟରେ ଚାଲା ଚାଲି ଦୀର୍ଘପଥ ଅତିକ୍ରମ କରୁଛନ୍ତି । ଆଜି ଦ୍ୱି ପ୍ରହରରେ ଏପରି ଏକ ଘଟଣା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା । ୬ ଦିନ ତଳେ ୧୪ଜଣ ଶ୍ରମିକ କପିଳାସରୁ ବାହାରି ବେଲଦା ଯିବାକୁ ଥିବା ବେଳେ ଜଳେଶ୍ୱର ରେଳ ଷ୍ଟେସନ ଠାରେ ୧୧ଟା ୩୦ମି ସମୟରେ ଅତିକ୍ରମ କରିଥିଲେ । ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳ ଓ କାର୍ଯ୍ୟରତ ଆର୍‌ପିଏଫ ରେଳ ଧାରଣାରେ ଚଳାଚଳ ବେଆଇନ୍ ବୋଲି କହି ଅଟକ ରଖିବାରୁ ସେମାନେ କାନ୍ଦି ସେମାନଙ୍କର ୬ଦିନର ଦୁଃଖ ବଖାଣିଥିଲେ । ଶେଷରେ ଏହି ୧୪ ଶ୍ରମିକଙ୍କୁ ଉପାନ୍ତରେ ଥିବା କୋର୍ଡର ଚେକ୍‌ପୋଷ୍ଟକୁ ରେଳବାଇ ନେଇଥିଲା । ସେଠାରେ ଉପସ୍ଥିତ ପ୍ରଶାସନକୁ ହସ୍ତାନ୍ତର ବେଳେ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଛି । ଫଳରେ ଏହି ଘଟଣା ରେଳବାଇର ମୁଣ୍ଡବ୍ୟଥାର କାରଣ ହୋଇଛି । ଜିଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମେଦିନୀପୁର ଜିଲାପ୍ରଶାସନକୁ ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବୀ ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା