
ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡାରେ ପୁଣି ରେଳ ଧାରଣାରେ ଫାଟ ଦେଖିବାକୁ ମିଳିଛି । ସିଙ୍ଗାପୁର ରୋଡ୍ ରେଳ ଷ୍ଟେସନରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟରୁ କୋରାପୁଟ-ସମ୍ବଲପୁର ପାସେଞ୍ଜର ଟ୍ରେନ୍ କୁ ଅଟକ ରଖାଯାଇଛି । ସେହି ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଫାଟ ଥିବା ଜାଣିପାରି ସେହି ରୁଟ୍ ରେ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି । ରେଲୱେ କର୍ମଚାରୀଙ୍କ ଦ୍ୱାରା ରେଳ ଧାରଣାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । କିଛି ଦିନ ତଳେ ରେଳ ଧାରଣାରେ ଫାଟ ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା ହୀରାଖଣ୍ଡ ଏକ୍ସପ୍ରେସ । ତେବେ ଏଭଳି ବାରମ୍ବାର ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ



