
ଛତ୍ରପୁର (ସମୃଦ୍ଧ ଓଡିଶା) ରେଳବାଇ କ୍ଷେତ୍ରରେ ଯେକୈାଣସି ପ୍ରକାର ଅଘଟଣ ସମୟରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ସହ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେବାରେ କିଭଳି ସମ୍ଭବ ହୋଇପାରିବ ତାହାର ଏକ ମକ୍ ଡ୍ରିଲ ରେଳବାଇ ପକ୍ଷରୁ ଛତ୍ରପୁର ଷ୍ଟେସନରେ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଛତ୍ରପୁର ଷ୍ଟେସନରେ ଖୋର୍ଦ୍ଧା ରେଳବାଇ ଡିଭିଜନ ପକ୍ଷରୁ ରେଳବାଇର ବିଭିନ୍ନ ବିଭାଗ ଗୁଡିକର ଆପତ୍ତକାଳୀନ ପରିସ୍ଥିତିରେ ସକ୍ରିୟତା ଓ ପ୍ରସ୍ତୁତିକୁ ପରୀକ୍ଷା କରାଯାଇଥିଲ। । ପ୍ରଥମେ ପୂର୍ବତଟ ରେଳବାଇ ପକ୍ଷରୁ ଏକ ଟ୍ରେନକୁ ପୂର୍ବ ପ୍ରସ୍ତୁତ ଅନୁଯାୟୀ ଲାଇନଚ୍ୟୁତ୍ କରାଯିବା ପରେ ଏହି ଆପାତ୍ତ କାଳୀନ ଜରୁରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଘଟଣା ସଂପର୍କରେ ପୂର୍ବତଟ ରେଳବାଇର ଖୋର୍ଦ୍ଧା ଡିଭିଜନକୁ ଖବର ଦିଆଯିବା ପରେ ସେଠାରେ ଆବଶ୍ୟକୀୟ ସଂରଞ୍ଜାମ ସହ ଉଦ୍ଧାର କାରୀ ଦଳ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଛତ୍ରପୁର ଷ୍ଟେସନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଳବାଇର ସମସ୍ତ ବିଭାଗୀୟ କର୍ମଚାରୀଙ୍କ ସମେତ ଏନଡିଆରଏଫ ଟିମ୍ , ଛତ୍ରପୁର ସ୍ଥିତ ଓଡ୍ରାଫ ଟିମ୍, ଅଗ୍ନୀଶ୍ରମ ବିଭାଗ, ଖୋର୍ଦ୍ଧା ରେଳବାଇ ଓ ଛତ୍ରପୁର ମେଡିକାଲ ଟିମ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଡିଭିଜନ ଅତିରିକ୍ତ ଡିଆରଏମ ରାଜ କୁମାର, ଖୋର୍ଦ୍ଧା ଡିଭିଜନର ମୁଖ୍ୟ ଚିକିତ୍ସା ଅଧିକ୍ଷୀକ ଡା. ଏ.କେ. ପଟ୍ଟନାୟକ, ଏନଡିଆରଏଫ ଟିମ୍ ମୁଖ୍ୟ ଅମର ମାଥା ସିଂ, ଓସଡମା ରାଜ୍ୟ ପରିଚାଳକ ଶୁଭେନ୍ଦୁ ନାୟକ, ଅଷ୍ଟମ ବାଟାଲିୟନ ଦୁର୍ଗପତି ଉଦୟ ରଥ, ସହ ଦୁର୍ଗପତି ଗୋପବନ୍ଧୁ ତ୍ରିପାଠୀ, ବରିଷ୍ଠ ଡିଭିଜନାଲ ସୁରକ୍ଷା ଅଧିକାରୀ ଗଣେଶ ଚନ୍ଦ୍ର ନାୟକ, ବରିଷ୍ଠ ସୁରକ୍ଷା କମିଶନର ପି.ଏସ.କୁଟି, ସହ ସୁରକ୍ଷା କମିଶନର ବରୁଣ ବେହେରା ପ୍ରମୁଖ ଏହି ମକ୍ ଡ୍ରିଲକୁ ପରିଚାଳନା କରିଥିଲେ । ଏହି ମକ୍ ଡ୍ରିଲ ଦ୍ୱାରା ବିଭିନ୍ନ ବିଭାଗର କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପୂର୍ବକ ରେଳ ଦୁର୍ଘଟଣା, ପରବର୍ତ୍ତି ଆପାତ୍ତ କାଳର ସଫଳ ମୁକାବିଲା କରିହେବ ବୋଲି ଡିଭିଜନ ବାଣିଜ୍ୟ ପ୍ରବନ୍ଧକ ସମ୍ବିତ ସୈାରଭ ନାୟକ, ଲୋକ ସଂପର୍କ ଅଧିକାରୀ ଲଳିତା ପଣ୍ଡା ପ୍ରମୂଖ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଷ୍ଟେସନ ମ୍ୟାନଜର ଏନ.କେ. ପ୍ରଧାନ ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ଅଧିକାରୀ ନିମାଇଁ ଚରଣ ପଣ୍ଡା




