ରେଳ ବିଭାଗ ପକ୍ଷରୁ ଜଳେଶ୍ୱର ଷ୍ଟେସନରେ ଟିକଟ ଯାଞ୍ଚ : ୧୩୫୦୦ ଜୋରିମାନା ଆଦାୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନ୍ରେ ଆଜି ଅଚାନକ୍ ୧୦ଜଣିଆ ଟିକଟ ଯାଞ୍ଚ ଦଳ ଖଡଗପୁର ଓ ବାଲେଶ୍ୱରରୁ ପହଞ୍ଚି ବିଭିନ୍ନ ଯାତ୍ରୀମାନଙ୍କର ଟିକଟ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ୩୦ରୁ ଉଦ୍ଧ୍ୱର୍ ବିନା ଟିକଟଧାରୀ ଧରାପଡି ତାଙ୍କ ନିକଟରୁ ୧୩୫୦୦ଟଙ୍କା ଜୋରିମାନା ବାବଦକୁ ଆଦାୟ କରାଯାଇଥିଲା । ଏହି କାର୍ଯ୍ୟ ସକାଳ ୭ଟାରୁ ଦିବା ୧୧ ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ଯାଞ୍ଚକାର୍ଯ୍ୟର ନେତୃତ୍ୱ ଖଡଗପୁର ଡିଆର୍ଏମ୍ କାର୍ଯ୍ୟାଳୟର କମାର୍ସିଆଲ ଇନିସ୍ପେକ୍ଟର ଅନିଲ ଜରାଇ ନେଇଥିଲେ । ସେହିପରି ଷ୍ଟେସନ ଭିତରକୁ ଯାତ୍ରା ଟିକଟ ଓ ପ୍ଲଟଫର୍ମ ଟିକଟ ନେଇ ପ୍ରବେଶ କରିବାପାଇଁ ମୁଖ୍ୟଫାଟକ ନିକଟରେ ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ, କର୍ମରସିଆଲ୍ ସୁପରଭାଇଜର କମଳଲୋଚନ ପାତ୍ର ଓ ଜଳେଶ୍ୱର ରେଲ ୟୁଜର୍ସ କମିଟିର ସଭାପତି ସୁକୁମାର ରଣା ପ୍ରମୁଖ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ବୁଝାଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା