ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଖଣ୍ଡ କରପଡା ପଞ୍ଚାୟତ ଅଧୀନ ଅଲିଆବାଦ ଗ୍ରାମର ଦେବରାଜ ବେହେରା ଆର୍ଥିକ ଅଭାବରୁ ଦୁଇ ଶିଶୁଙ୍କୁ ଚିକିତ୍ସା କରି ପାରୁନଥିବା ଫଳରେ ଦୁଇ ଶିଶୁ ଶଯ୍ୟାସାଇ ହୋଇ ଜୀବନ ବିତାଉଛନ୍ତି । ଦେବରାଜ ଦିନ ମଜୁରିଆ ହୋଇଥିବାରୁ ସେ ତାଙ୍କ ପୁଅ ପ୍ରଭାତ ବେହେରା(୧୩) ଓ ପବିତ୍ର ବେହେରା(୧୧)କୁ ଅଧିକ ଚିକିତ୍ସା କରିବା ପାଇଁ ଅସମର୍ଥ । ଏ ନେଇ ସେ ଦୁଇ ପୁଅଙ୍କ ଚିକିତ୍ସାର ସହାୟତର ହାତ ବଢେଇଛନ୍ତି ଛତ୍ରପୁର ବରିଷ୍ଠ ସମାଜସେବୀ ସ୍ୱଗତ ପ୍ରଭାକର ପଟ୍ଟନାୟକଙ୍କ ପୁଅ ସୁଧୀର ପଟ୍ଟନାୟକ, ବୋହୁ ସମାପ୍ତି ପଣ୍ଡା । ସେମାନେ ଦେବରାଜଙ୍କ ଘରେ ପହଁଚି ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ କରିଛନ୍ତି । ଆଗାମୀ ଦିନରେ ପୁଣି ସହାୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହିଭଳି ସହାୟତାର ହାତ ବଢ଼େଇ ଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା