

ବାଲେଶ୍ୱର(ସମୃଦ୍ଧ ଓଡିଶା)ଆଜି ସକାଳେ ୧୦୮ ଆମ୍ୱୁଲାନ୍ସ ବାଲେଶ୍ୱର ଜିଲ୍ଲାର ନୀଳଗିରିରୁ ଯମୁନା ଅଞ୍ଚଳକୁ ରୋଗୀ ଆଣିବାକୁ ଯାଉଥିଲା। ଏହି ସମୟରେ ଆମ୍ୱୁଲାନ୍ସଟି ତିନିକୋଶିଆ ଜଙ୍ଗଲରେ ଭାଲୁକାଶୁଣି ନିକଟରେ ଏକ ଗଛରେ ପିଟି ହୋଇ ଯାଇ ଥିଲା। ଆମ୍ୱୁଲାନ୍ସର ଚକ ଫାଟି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହା ଯାଉଛି। ଆମ୍ୱୁଲାନ୍ସର ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ଜଣା ଯାଇଛି ।