ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର ଚଳିତ ବର୍ଷର ପ୍ରଥମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ କରାଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । କମିଟି ପକ୍ଷରୁ ନବନିର୍ବାଚତ ବିଧାୟକ ଶ୍ରୀ ବେହୋରାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଡାକ୍ତରମାନଙ୍କୁ ରେଗୀ ସେବାରେ ଅଧିକ କ୍ରିୟାଶୀଳ ହେବା ନିମନ୍ତେ ପରାମର୍ଶ ଦେବା ସହ ସବୁ ସ୍ତରରେ ନିରାମୟ ଯୋଜନାର ଔଷଧ ଲେଖିବା ଉପରେ ଗୁରୁତ୍ୱ ଦେବାକୁ କହିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରିଥିଲେ । ଏହାସହ ମେଡିକାଲରେ ଉନ୍ନୟନ ମୂଳକ କାର୍ଯ୍ୟ, ରୋଗୀମାନେ କିପରି ବିଭିନ୍ନ ସୁବିଧା ସହଯୋଗରେ ଚିକିତ୍ସିତ ହୋଇପାରିବେ ସେପ୍ରତି ଧ୍ୟାନ ଦେବାପାଇଁ ମଧ୍ୟ କହିଛନ୍ତି । ଚିକିତ୍ସାଳୟର ସ୍ଥିତି ସୁଧାର ଆସୁଥିବା ବେଳେ ଅନ୍ୟ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ନୀତ କରିବାର ଆବଶ୍ୟକତା ରହିଛି । ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ପୂରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣ ନିର୍ଭର କରୁଛନ୍ତି । ତେଣୁ ରୋଗୀ ମାନଙ୍କୁ ନୀୟମିତ ସବୁ ପ୍ରକାର ଚିକିତ୍ସା ଯୋଗାଇବା ସହ ଚିକିତ୍ସାଳୟ କ୍ୟାମ୍ପସ ସଫା ସୁତରା ରଖିବା ଏବଂ ଡାକ୍ତରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାଯ୍ୟରେ ଯୋଗଦେବା ଉପରେ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି । ଛତ୍ରପୁର ମେଡିକାଲରେ ୨୦ଟି ଡାକ୍ତର ଦରକାର ଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀ ୮ଟି ଡାକ୍ତର କାର୍ଯ୍ୟରତ ଅଛନ୍ତି । ଏନେଇ ବିଧାୟକ ଶ୍ରୀ ବେହେରା ବିଧାନସଭା ଅଧିବେସନ ଭିତରେ ଓ ବାହାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବଶ୍ରୀଘ୍ର ଗଂଜାମ ଜିଲ୍ଲା ନିମନ୍ତେ ଡାକ୍ତର ଦେବେ ବୋଲି ପ୍ରତିଶୃତି ମିଳିଥିବା ବିଧାୟକ ଶ୍ରୀ ବେହେରା ବୈଠକରେ କହିଥିଲେ । ଚିକିତ୍ସାଳୟ ପରିସରରେ ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ଏବଂ କୋଠା, ୫୦ ଶର୍ଯ୍ୟା ବିଶିଷ୍ଟ ଆଉଟଡୋର କାର୍ଯ୍ୟ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଶେଷ କରିବାକୁ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ । ଛତ୍ରପୁର ବ୍ଲକରେ ପଡିଥିବା ଡି-ମାସ ଗାଡିକୁ ରିପେରିଂ କରି ମାହପ୍ରଣାୟନ ଗାଡି ରୂପେ ବ୍ୟବହାର କରିବା ପାଇଁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ କହିଥିଲେ । ଏହା ସହିତ କମିଟି ସଭ୍ୟ ଚିକିତ୍ସାଳୟ ବିଭିନ୍ନ ଉନ୍ନତୀ ଏବଂ ଆବଶ୍ୟକୀୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ବୈଠକରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର କାହ୍ନୁ ଚରଣ ପାତ୍ର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଚିକିତ୍ସାଳୟର ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା ପୂର୍ବ ବୈଠକ ଏବଂ ହେଇଥିବା ଖର୍ଚ୍ଚ ହିସାବ ଉପସ୍ଥାପନା କରିଥିଲେ । ନିରାମୟ ଔଷଧ ଗଚ୍ଛିତ ରଖି ତାର ସୁବିନିଯୋଗ କରିବା ନିମନ୍ତେ ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି କହିବାସହ ଡାକ୍ତର ମାନେ ନୀୟମିତ ଆସି ରୋଗୀ ସେବା ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ବରିଷ୍ଠ ଡା.ଜିତେନ୍ଦ୍ର ମୋହନ ବେବର୍ତ୍ତା, ଛତ୍ରପୁର ରେଗୀ କଲ୍ୟାଣ ସମିତି ସଦସ୍ୟ ବସନ୍ତ କୁମାର ମହାରଣା, କୃପାସିନ୍ଧୁ ପଣ୍ଡା, ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ, ସୂବର୍ଣ୍ଣମାଳା ବିଷୋୟୀ, ସମାଜସେବୀ ରମେଶ ସାହୁ, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.ରାଜଗୋପାଳ ରାଓ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଜନ ସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ମୃଦ୍ୟୁ କୁମାରୀ ପାଣିଗ୍ରାହୀ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମଳୟ କୁମାର ନାୟକ, ଛତ୍ରପୁର ବିଇଓ ଅଭିନାଶ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା