
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବଡବଜାର ଠାରେ ଥିବା ମା କ୍ଲିନିକ୍ରେ ଜଣେ ପ୍ରସୂତୀର ମୃତ୍ୟୁ ଘଟଣାରେ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଗତ ମେ ମାସରେ ସିଲ କରାଯାଇଥିଲା । ଆଜି ମଂଗଳାବାର ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡିପିଏଚ୍ଓ ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହିତ ଏକ ପ୍ରତିନିଧି ଦଳ ଏଠାକୁ ଆସି ବିଭିନ୍ନ ଦିଗରୁ ଯାଞ୍ଚ କରି ଫେରି ଯାଇଛନ୍ତି । ଅତିରିକ୍ତ ତହସିଲଦାର ହେମନ୍ତ ନାୟକଙ୍କ ଉପସ୍ଥିତିରେ ଜଳେଶ୍ୱର ପୋଲିସ୍ ଏହାର ସିଲ କାଟିବା ପରେ ଅଧିକାରୀମାନେ କ୍ଲିନିକ୍ର ଭିତରେ ଥିବା ସରଞ୍ଜାମ, ଆସବାପତ୍ର, କାଗଜପତ୍ର ଓ ଭିତ୍ତିଭୂମୀ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏ ସମ୍ପର୍କରେ ସମସ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାର ଡା. ପ୍ରଭାସ ନାୟକ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ପୁଣିଥରେ ଏହାକୁ ସିଲ କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି ପରିଡା