ରୋଟାରୀ କ୍ଲବର ଦୁର୍ନିତୀ ମୁକ୍ତ ସଚେତନତା ସପ୍ତାହ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ସଚେତନତା ଓ ସୁସ୍ଥ ମାନସିକତା ବୃଦ୍ଧିର ଆବଶ୍ୟକତା ରହିଛି । କିନ୍ତୁ ନିଜର ଆକାଂକ୍ଷା ବୃଦ୍ଧି ଓ ଅଧିକ ପାଇବାର ଲାଳସା ରହିଲେ ଦୁର୍ନିତୀକୁ ପ୍ରୋତ୍ସାହିତ କରାଯାଇଥାଏ ବୋଲି ଆଜି ରୋଟାରୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦୁର୍ନିତୀମୁକ୍ତ ସଚେତନତା ପାଳନ ଅପସରରେ ମତପ୍ରକାଶ ପାଇଛି । ଜଗନ୍ନାଥ ଡିଗ୍ରୀକଲେଜ ପରିସରରେ ରୋଟାରୀ କ୍ଲବର ଆନୁକୂଲ୍ୟରେ ଏପରିଏକ ସୋଚତନା କାର୍ଯ୍ୟକ୍ରମରେ କ୍ଲବ ସଭାପତି ସୁରେଶ କୁମାର ସାହୁ ପୌରହିତ୍ୟ କରି ବିଶ୍ୱର ୨୧୫ଟି ଦେଶରେ ଏପରି ଦୁର୍ନିତୀମୁକ୍ତ ସଚେତନତା ସପ୍ତାହ ପାଳନ କରିବା ସଂପର୍କରେ କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଭିଜିଲାନ୍ସ ଅତିରିକ୍ତ ଏସ୍ପି ନିର୍ମଳ କୁମାର ମହାନ୍ତି ଯୋଗ ଦେଇ ଆଜିର ସମାଜରେ ବାପା ମା ପିଲାର ଲୁକ୍କାୟିତ ପ୍ରତିଭା ସମ୍ପର୍କରେ ଗୁରୁତ୍ୱ ନ ଦେଇ ଅର୍ଥ ସର୍ବସ୍ୱ ଦୁନିଆରେ ଅଧିକ ରୋଜଗାର କରିବାକୁ ନିଜ ପୁଅଝିଅକୁ ପ୍ରବର୍ତ୍ତାଉଛନ୍ତି । ପରେ ରୋଜଗାର ବେଳେ ପୁଅଝିଅମାନେ ନିଜର ଲାଳସା ଓ ଅଭାବ ମେଣ୍ଟାଇବାକୁ ଯାଇ ଦୁର୍ନିତୀ କରିବାକୁ ବାଧ୍ୟ ହେଉଛନ୍ତି । ଏଥିପ୍ରତି ସଚେତନ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଦେଶରେ ୧୯୪୫ ମସିହାରେ ଭିଜିଲାନ୍ସ ଆଇନ୍ ହୋଇଥିଲେ ମଧ୍ୟ ୧୯୮୮ରେ ଏହା ସାମଗ୍ରୀକଭାବେ ସମସ୍ତ ଜନସାଧାରଣଙ୍କ ଉପରେ କାର୍ଯ୍ୟ କରିବାକୁ ଆଇନ୍ ହେଲା । କିନ୍ତୁ ୨୦୧୮ ଜୁଲାଇ ଠାରୁ ସାମଗ୍ରୀକଭାବେ କାର୍ଯ୍ୟ କରୁଥିବାର ଏବଂ ଦୁର୍ନିତୀ କରୁଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଭିଜିଲାନ୍ସ ଡିଏସ୍ପି ସନ୍ତୋଷ କୁମାର ସାମନ୍ତରା, ଇନିସ୍ପେକ୍ଟର ଭାଗ୍ୟଲକ୍ଷ୍ମୀ ପୁହାଣ, ସବିତା ବେହେରା, ସତ୍ୟାନନ୍ଦ ଘରାଇ, ଜଶ୍ମିତା ପୋଇ, ପୂର୍ବତନ ରୋଟାରି ସଭାପତି ନିତ୍ୟଗୋପାଳ ଦାସ, ସତ୍ୟସୁନ୍ଦର ଦାସ, ପ୍ରବୀର ପ୍ରଧାନ, ତାରାପଦ ମହାନ୍ତି, ବିକାଶ କୁମାର ଧର, ସୁବ୍ରତ ରଣା, ଭାଷ୍କର ରଂଜନ ସ୍ୱାଇଁ, କଲେଜ ଅଧ୍ୟକ୍ଷ ଜ୍ୟୋସ୍ନା ଘୋଷ, ସରୋଜ କୁମାର ମହାନ୍ତି, ନିଶ୍ଚଳ ଘଡାଇ, ଜ୍ଞାନରଂଜନ ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା