
ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱରେ ଏକ ଅଗ୍ରଣୀ ସେବା ଅନୁଷ୍ଠାନ ରୂପେ ପରିଗଣିତ ରୋଟାରୀ କ୍ଲବର ପ୍ରତ୍ୟେକ ସଭ୍ୟ ନିଜ ନିଜ ଅଂଚଳରେ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସଂହେଗ ସଂଗେ ସାମଗ୍ରୀକ ବିକାଶ ପାଇଁ ବଦ୍ଧ ପରିକର ହେବା ଉଚିତ ବୋଲି ରୋଟାରୀ ଡିଷ୍ଟ୍ରିକ୍ଟ -୩୨୬୨ର ପୂର୍ବତନ ଗଭର୍ଣ୍ଣର ଶିବବ୍ରତ ଦାଶ ମତବ୍ୟକ୍ତ କରିଛନ୍ତି । ଗତକାଲି ସଂଧ୍ୟାରେ ଜଳେଶ୍ୱର ନୋଡାଲ ହାଇସ୍କୁଲ ପରିସରରେ ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆର ପ୍ରଥମ ଅଧିଷ୍ଠାନ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ଦାଶ ସମାଜରେ ଶିକ୍ଷକ ମାନଙ୍କର ଭୂମୀକା ଓ ଦେଶ ଓ ଜାତି ଗଠନରେ ସେମାନଙ୍କର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । କ୍ଲବର ସଭାପତି ଡ. ଲଳିତ ରଂଜନ ସେନାପତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତାରୂପେ ପୂର୍ବତନ ଗଭର୍ଣ୍ଣର ଭବାନୀ ପ୍ରସାଦ ଚୌଧୁରୀ ଓ ନିର୍ବାଚିତ ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ଯଥାକ୍ରମେ ମୂଖ୍ୟବକ୍ତା ଓ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଉତ୍ତର ବାଲେଶ୍ୱର ଅଂଚଳରେ ଏହି କ୍ଲବ ସେବା କ୍ଷେତ୍ରରେ ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ କ୍ଲବର ଉପସଭାପତି ଅଜିତ୍ କୁମାର ମହାନ୍ତି ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଯୋଗେଶ ଚନ୍ଦ୍ର ରାଉଳ, ଶଶିକାନ୍ତ ପ୍ରଧାନ ଓ ହରେକୃଷ୍ଣ ଜେନା ଅତିଥି ପରିଚୟ କରିଥିଲେ । ଉତ୍ସବ ପ୍ରାରମ୍ଭରେ କ୍ଲବର ଉପଦେଷ୍ଟା ସୁକୁମାର ରଣା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଂପାଦକ ନୀଳକଣ୍ଠ ଖଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସମ୍ମାନୀତ ଅତିଥିରୂପେ ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ ସେନାପତି ଓ ପୂର୍ବତନ ଅଧ୍ୟକ୍ଷ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । କ୍ଲବ ପକ୍ଷରୁ ଶ୍ରୀ ସେନାପତି ଓ ଡ. ପାତ୍ରଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧତ କରାଯାଇଥିଲା । ଏହି ଅବସରରେ କ୍ଲବର ମୁଖପତ୍ର ସୁବର୍ଣ୍ଣ ରାଇବଣିଆକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ମୁଖପତ୍ରରର ମୁଖ୍ୟ ସଂପାଦକ ଶ୍ୟାମାଚରଣ ଦାସ ଏହି ଅବସରରେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ । କ୍ଲବ ପକ୍ଷରୁ ଚଳିତ ବର୍ଷ ୨୦୧୯-୨୦ ପାଇଁ କର୍ମକର୍ତ୍ତା ସଭାପତି ଘୋଷଣା କରିସାରିବା ପରେ ମୁଖ୍ୟ ଅତିଥି ସମସ୍ତଙ୍କୁ ପିନ୍ ଓ ଫୁଲତୋଡା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ନିତାଇ ଚରଣ ମଣ୍ଡଳ, ଦିବେନ୍ଦୁ ମାଇତି, ଭୁପତି ଭୋଇ, ଶ୍ରୀକାନ୍ତ ଦାସ, କୋଷାଧ୍ୟକ୍ଷ ଅଶ୍ୱିନୀ କୁମାର ନାଥ, ସର୍ଜେଣ୍ଟ ଏଟ୍ ଆର୍ମସ୍ ଅଶ୍ୱିନୀ କୁମାର ପାଠୀ, ମୂରଲୀ ମୋହନ ପ୍ରଧାନ, କୁଞ୍ଜ ବିହାରୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଶେଷରେ ଯୁଗ୍ମ ସଂପାଦକ ସୁନୀଲ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା