ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତ୍ୟେକ ମଣିଷର ଚକ୍ଷୁ ହେଉଛି ଅମୂଲ୍ୟ ସମ୍ପଦ । ଗ୍ରାମାଞ୍ଚଳରେ ବହୁ ବରିଷ୍ଠ ନାଗରିକମାନେ ଚକ୍ଷୁରୋଗରେ ଆକ୍ରାନ୍ତ ହେବାପରେ ସେମାନଙ୍କର ଦୃଷ୍ଟି ଶକ୍ତି ହରାଇଥାନ୍ତେି । ତେଣୁ ରୋଟାରୀ କ୍ଲବ ସୁବର୍ଣ୍ଣରେଖା ପକ୍ଷରୁ ପ୍ରଥମଥର ପାଇଁ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ପଂଚାୟତର ଶାଳବଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦିବସବ୍ୟାପି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ପଂଚାୟତ ସମିତି ଅଧ୍ୟକ୍ଷା ସବିତାରାଣୀ ଦଳେଇ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥିରୂପେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ଯୋଗ ଦେଇ ଗ୍ରାମାଂଚଳରେ ଏପରି ଶିବିରର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ବାଲେଶ୍ୱର ରୋଟାରୀ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଡିଆ ପୂର୍ବତନ ସରପଂଚ ଅଜୟ କୁମାର ମହାନ୍ତି , ପୂର୍ବତନଦ ସମିତି ସଭ୍ୟ, ମୁନିନ୍ଦ୍ର ଧର, ସରପଂଚ ପାର୍ବତୀ ବେହେରା, ପଂଚାୟତ ସଂପ୍ରସାରଣ ଅଧିକାରୀ ପ୍ରଫୁଲ୍ଲ କୁମାର ମହାପାତ୍ର, କ୍ଲବର ଉପସଭାପତି ଅଜିତ୍ କୁମାର ମହାନ୍ତି, ଶାଳବଣି ପିଏଚ୍ସି ଇନ୍ଚାଜ୍ ଡା. ଅଜୟ କୁମାର ଜେନା, ଏଲ୍ଏଚ୍ଭି ସତ୍ୟଭାମା ରଣା, ସମାଜସେବୀ ରଘୁନାଥ ବେହେରା, ନନୀ ଗୋପାଳ ରଣା, ସତ୍ୟରଂଜନ ରଣା, ସୁନନ୍ଦିତା ରଣା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ୧୦୬ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷାର କରାଯାଇ ସେମାନଙ୍କ ମଧ୍ୟରୁ ୨୦ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରପଚାର ପାଇଁ ବାଲେଶ୍ୱର ପଠାଯାଇଥିଲା । ରୋଟାରୀ କ୍ଲବର ସଭାପତି ଡ. ଲଳିତ ରଂଜନ ସେନାପତି, ସଂପାଦକ ଅଧ୍ୟାପକ ନିଳକଣ୍ଠ ଖଣ୍ଡା, ବରିଷ୍ଠ ସଭ୍ୟ ଶ୍ୟାାମାଚରଣ ଦାସ, କ୍ଲବର ଉପଦେଷ୍ଟା ସୁକୁମାର ରଣା ଓ ବାଲେଶ୍ୱର ରୋଟାରୀ ଚକ୍ଷୁଚିକିତ୍ସାଳୟର ଚେୟାରମ୍ୟାନ କଲ୍ୟାଣ କୁମାର ଚାନ୍ଦ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ଶିବିରରେ ବାଲେଶ୍ୱର ରୋଟାରୀ ଚକ୍ଷୁଚିକିତ୍ସାଳୟର ରମେଶ ଚନ୍ଦ୍ର ବାରିକ, ଝାନ୍ସୀ ଦଳେଇ, ବସୁମତି ଜେନା, ଅଂକିତା କର ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା