ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ମାଦକଦ୍ରବ୍ୟର ପ୍ରସାର ବ୍ୟାପକ ଭାବେ ବଢୁଥିବାରୁ ଆଜି ଜଳେଶ୍ୱରରେ ନିଶା ନିବାରଣ ଲାଗି ଏକ ସଚେତନତା ଶୋଭାଯାତ୍ରା ମହିଳାମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆ, ଧାନ୍ ଫାଉଣ୍ଡେସନ, ମୋନା ଜଳେଶ୍ୱର ଶାଖା, ମହିଳା ସୟଂସହାୟକ ଗୋଷ୍ଠୀ, ଅବସରପ୍ରାପ୍ତ ଶିକ୍ଷକ ସଂଘ, ଗଣତାନ୍ତ୍ରିକ ମହିଳା ସମିତି ପ୍ରମୁଖ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜଳେଶ୍ୱର ଷ୍ଟେସନବଜାର ଠାରୁ ବାହାରି ସହର ପରିକ୍ରମା ପରେ ବ୍ଲକ ପରିସରରେ ପହଞ୍ଚିଥିଲା । ସେଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପ୍ରଦାନ କରିବା ପରେ ଅନୁଷ୍ଠିତ ସଭାରେ ରୋଟାରୀ କ୍ଲବର ସଭାପତି ଡ. ଲଳିତ ରଂଜନ ସେନାପତିଙ୍କ ପୌରହିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଇଓ ବିଜୟ କୁମାର ନାଥ, ରୋଟାରୀ କ୍ଲବର ଉପଦେଷ୍ଟା ସୁକୁମାର ରଣା, ଉପସଭାପତି ଡ. ଅଜିତ୍ କୁମାର ମହାନ୍ତି, ମୋନାର ଜଳେଶ୍ୱର ଶାଖା ସଭାପତି ଦିଲ୍ଲିପ ଗିରି, ନାରୀନେତ୍ରୀ ସ୍ନେହଲତା ପଣ୍ଡା, ସଂଯୁକ୍ତା ଭୋଇ, କଳ୍ପନା ଦାସ ମହାପାତ୍ର, ସବିତା ଭୂୟାଁ, ଧାନ ଫାଉଣ୍ଡେସନ ମୁଖ୍ୟ ନିଶିଥ ମହାକୁଡ, ନରେନ୍ଦ୍ର ମାଝୀ, ଭାଲେଣ୍ଟିନା ପାତ୍ର, ଜୟନ୍ତୀ ଦାସ, ନମିତା ପ୍ରଧାନ, ଭାଗବତ ପରିଡା, ରାଜାରାମ କରଶର୍ମା, ଅଶୋକ ଜେନା, ପଲଟୁ ଦାସ, ସମିତି ସଭ୍ୟ ସଂଜୟ କୁମାର ମହାନ୍ତି, ବିଜୁଯୁବବାହିନୀ ସଂଯୋଜକ କାଳିଚରଣ ଦାସ, ପଂଚାୟତ ସଭାପତି ଚନ୍ଦନ କର ପ୍ରମୁଖ ଉପସ୍ଥିତ ରହି ମହାତ୍ମାଗାନ୍ଧିଙ୍କ ନିଶାନିବାରଣ ନିତୀକୁ ସଫଳ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ଶେଷରେ ଘନଶ୍ୟାମ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା