ଜଳେଶ୍ୱର (ସମୃଦ୍ଧ ଓଡିଶା) ଅରଦିବାସୀ ଅଧ୍ୟୁସିତ ରାଇବଣିଆ ଅଂଚଳରେ ଚକ୍ଷୁ ଚିକିତ୍ସା ସାଙ୍ଗକୁ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟନେଇ ରୋଟରରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆ ମାଗଣା ସ୍ୱାସ୍ଥ୍ୟ ଶିବିର ବରଡିହା ପଞ୍ଚାୟତର ଶାଳବଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜନ କରି ୧୮ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବାପରେ ସେ ଅଞ୍ଚଳରେ ଏକ ଆମ୍ବୁଲାନ୍ସର ଆବଶ୍ୟକତା ରହିଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଜଳେଶ୍ୱର ପୁର୍ତ୍ତବିଭାଗ ଡାକବଙ୍ଗଳାଠାରେ ଗତକାଲି ଅପରାହ୍ନରେ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ କ୍ଲବର ସଭାପତି ଡ. ଲଳିତରଂଜନ ସଭାପତି, ଉପଦେଷ୍ଟା ସୁକୁମାର ରଣା, ସଂପାଦକ ନିଳକଣ୍ଠ ଖଣ୍ଡା, ଉପସଭାପତି ଡ. ଅଜିତ୍ କୁମାର ମହାନ୍ତି, ସହସଂପାଦକ ସୁନୀଲ କୁମାର ନାୟକ, ସଭ୍ୟ ମୁରଲୀମୋହନ ପ୍ରଧାନ, ଅଶ୍ୱିନୀ କୁମାର ପାଠୀ, ହରେକୃଷ୍ଣ ଜେନା, ଶ୍ରୀକାନ୍ତ ଦାସ, କଂଜ ବିହାରୀ ପ୍ରଧାନ, ସୁଧିର କୁମାର କର, ଯୋଗେଶ ଚନ୍ଦ୍ର ରାଉଳ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା