ଜଳେଶ୍ୱର (ସମୃଦ୍ଧ ଓଡିଶା) କିଛିଦିନ ଧରି ଜଳେଶ୍ୱରସ୍ଥିତ ରୋଟାରୀ କ୍ଲବ ଅଫ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଅଧିବାସୀଙ୍କୁ କରୋନା ଲାଗି ସଚେତନ କରାଇବା ସହିତ ମୁହଁରେ ମାକ୍ସ ଲଗାଇ ବାରମ୍ବାର ସାବୁଲନରେ ହାତ ଧୋଇବା ସଂପର୍କରେ ପ୍ରତ୍ସୋହନ ଦିଆଯାଇ ଆସୁଛି । ବିଶ୍ୱ ମହାମାରୀ କରୋନାରୁ ଏ ଅଞ୍ଚଳର ଗରିବ ଲୋକଙ୍କୁ ରକ୍ଷା କରିବାପାଇଁ କ୍ଲବର ସଦସ୍ୟମାନେ ନିରନ୍ତର ପ୍ରୟାସ କରି ଆସୁଥିବା ବେଳେ ଆଜି ଜଳେଶ୍ୱର ମ୍ୟୁନିସିପାଲଟିର ୯ନଂ ୱାର୍ଡରେ ସଚେତନତା ସହିତ ବହୁ ଲୋକଙ୍କୁ ମାକ୍ସ ଓ ହାତଧୁଆ ସାବୁନ ଦିଆଯାଇଛି । କ୍ଲବର ସଭାପତି ଡ. ଲଳିର ରଂଜନ ସେନାପତି, ଉପସଭାପତି ଡ. ଅଜିତ୍ କୁମାର ମହାନ୍ତି, ସଂପାଦକ ଅଧ୍ୟାପକ ନିଳକଣ୍ଠ ଖଣ୍ଡା, ସହସଂପାଦକ ସୁନିଲ କୁମାର ନାୟକ, ଉପଦେଷ୍ଟା ସୁକୁମାର ରଣା, ସଦସ୍ୟ ସୁଧିର କୁମାର କର, ଅଶ୍ୱିନୀ କୁମାର ପାଠୀ, ସ୍ୱେଚ୍ଛାସେବୀ ସୁଷମା ଦାସ ମହାପାତ୍ର, ପୂର୍ବତନ କାଉନ୍ସିଲର ନିୟତି ସିଂ ଏପରି କାର୍ଯ୍ୟରେ ସାମିଲ ହୋଇଥିଲେ । ମଂଗଳାତଳା ସାହି ଓ ଢାପୁଆ ଆଡି ସାହିରେଥିବା ସମସ୍ତ ଜନଜାତିଙ୍କୁ ଏପରି ସହାୟତା ଯୋଗାଇଥିବାର ସମ୍ପାଦକ ଶ୍ରୀ ଖଣ୍ଡା ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା