

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରୋଟାରୀ କ୍ଳବ ପରିସରରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ଏସ୍ ରେଖା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ପ୍ରଫୁଲ୍ଲ ପଟନାୟକ, ଡା ସାଧୁ ଚରଣ ମିଶ୍ର, ନିରନ୍ଜନ ପାତ୍ର, ପ୍ରସନ୍ନ ପତି, ଏମ ଧନନ୍ଜୟ ରେଡୀ, ସୁରଜିତ ସାମନ୍ତରାୟ, ପି ଚନ୍ଦ୍ରଶେଖର, ଧିରେନ୍ଦ୍ରନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କ୍ଳବ ପରିସରରେ ଓ ଜେଲ ରୋଡ ପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


