ଛତ୍ରପୁର (ସମୃଦ୍ଧ ଓଡିଶା) ତାମ୍ପରା ପାଟତଡ ରୟତ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ରୟତ ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ପୋଡାପଦର, ହୁମର, ଛତ୍ରପୁର ଓ ପାଲିଆ ଛତ୍ରପୁର ରୟତମାନଙ୍କ ତାମ୍ପରା ପାଟତଡରେ ବିଲ ଓ ପଦର ରହିଛି । ତାମ୍ପରା ହ୍ରଦ ଠାରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହି ଏକ ପାଚେରୀ ନିର୍ମାଣ କରାଯାଉଛି । ଫଳରେ ରୟତମାନେ କେଉଁ ରାସ୍ତାରେ ବିଲ ଓ ପଦରକୁ ଫସଲ ଆଦାୟ କରିବେ, ଚାଷ କରିବା ପାଇଁ ହଳ, ଶଗଡ, ଟ୍ରାକ୍ଟର ଗୁଡିକ ନେଇପାରିବେ ନାହିଁ । ଗ୍ରାମ୍ୟ ଜଙ୍ଗଲ ରାସ୍ତା ଯାହାକି ଜବରଦଖଲ ରହିଥିଲା ତାହା ଗତଥର ରାସ୍ତା ନିର୍ମାଣ ସମୟରେ ଆମ୍ଭଙ୍କୁ ପ୍ରସ୍ତାବିତ ରାସ୍ତା ପାଇଁ ଆବେଦନ କରିଥିଲୁ । କିନ୍ତୁ ବର୍ତ୍ତମାନ ଚାଷୀ ମତ ଓ ଲୋକ ମନୋନୀତ ସଭା ନ କରି ରାସ୍ତା ନିର୍ମାଣ ଯୋଗୁଁ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବପୁରୁଷ ଠାରୁ ଏହି ସ୍ଥାନରେ ରହିଅଛୁ । କିନ୍ତୁ ଆଜି ତାମ୍ପରାରୁ ସୌନ୍ଦର୍ଯ୍ୟ ଓ ଉନ୍ନତି କରଣ ହେଲେ ବି ଆମ୍ଭେ ପ୍ରୋଟେକସନ୍ ୱାଲ୍ ଦ୍ୱାରା ନିଜର ଜାଗାକୁ ଉନ୍ନତି କରିବାରୁ ବଞ୍ଚିତ ହେବୁ । ଆମ୍ଭେ ଫସଲ ସଠିକ୍ ଆଦାୟ ନ କଲେ କିପରି ଚାଷୀ ଋଣ ସୁଝିବୁ ବୋଲି ଅଭିଯୋଗ କରିଛନ୍ତି । ଏଣୁ ରୟତମାନଙ୍କ ସୁବିଧା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତମ ପଦକ୍ଷେପ ଗ୍ରହଣ କରିବାକୁ ଆଜି ଜିଲ୍ଲାପାଳଙ୍କୁ ରୟତ ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା